ଓଡିଶା

odisha

ETV Bharat / bharat

‘ଆମେଠୀକୁ କେରଳ ସହ ତୁଳନା କରିବା ଆମେଠୀବାସୀଙ୍କ ପ୍ରତି ଅପମାନ ’ - ରାହୁଲ ଗାନ୍ଧୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶନିବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

‘ ଆମେଠିକୁ କେରଳ ସହ ତୁଳନା କରିବା ଆମେଥିବାସୀଙ୍କ ପ୍ରତି ଅପମାନ ’
‘ ଆମେଠିକୁ କେରଳ ସହ ତୁଳନା କରିବା ଆମେଥିବାସୀଙ୍କ ପ୍ରତି ଅପମାନ ’

By

Published : Mar 7, 2021, 6:14 AM IST

ଲକ୍ଷ୍ନୌ:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶନିବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଆମେଠୀର ଅଧିବାସୀମାନଙ୍କୁ କେରଳର ଅଧିବାସୀଙ୍କ ସହ ତୁଳନା କରିବା ଆମେଠିବାସୀଙ୍କୁ ଅପମାନିତ କରିବା ସହ ସମାନ ବୋଲି କହିଛନ୍ତି ଇରାନୀ । ତିଲୋଇରେ ଏକ ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆମେଠୀ ସାଂସଦ ଇରାନୀ ଏପରି ଢଙ୍ଗରେ ରାହୁଲଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ସ୍ମୃତି କହିଛନ୍ତି ଯେ, ଆମେଠୀର ଲୋକମାନେ ରାହୁଲ ଗାନ୍ଧୀଙ୍କୁ 15 ବର୍ଷ ପର୍ଯ୍ୟନ୍ତ ଭରସା କରିଥିଲେ ଓ ପ୍ରିତିନିଧି ନିର୍ବାଚିତ କରି ଦାୟିତ୍ବ ଦେଇଥିଲେ । କିନ୍ତୁ ରାହୁଲ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେଠୀର ବିକାଶ ପାଇଁ କିଛି କରି ପାରିନାହାଁନ୍ତି । ଗତ କିଛିଦିନ ତଳେ ରାହୁଲ କହିଥିଲେ ଯେ ଆମେଥିର ଲୋକମାନଙ୍କ ମଧ୍ୟରେ କେରଳବାସୀଙ୍କ ତୁଳନାରେ ବୁଝାମଣାର ଅଭାବ ରହିଛି । ତେବେ ରାହୁଲଙ୍କ ଏପରି ବୟାନକୁ ଘୋର ସମାଲୋଚନା କରିଛନ୍ତି ସ୍ମୃତି । ସେ କହିଛନ୍ତି ଆମେଠି ବାସୀଙ୍କ ପ୍ରତି ଏପରି ମନ୍ତବ୍ୟ ନିହାତି ନିନ୍ଦାଜନକ ଓ ଏହା ଆମେଠି ପ୍ରତି ଅପମାନ ପରି ମଧ୍ୟ । ଆହୁରି ମଧ୍ୟ ସ୍ମୃତି କହିଛନ୍ତି ଯେ ସେ ବିଶ୍ବାସ କରନ୍ତି ଯେ ଆମେଠୀଙ୍କ ଲୋକଙ୍କ ମଧ୍ୟରେ ବୁଝାମଣାର ଅଭାବ ନାହିଁ। ବରଂ ଏହି ବୁଝାମଣାର ଅଭାବ ରାହୁଲଙ୍କ ପାଖରେ ଅଛି ବୋଲି କହି ରାହୁଲଙ୍କୁ କଟାକ୍ଷ କରିଛନ୍ତି ସ୍ମୃତି ।

ନିକଟରେ କେରଳର ଥିରୁଅନନ୍ତପୁରମରେ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ କହିଥିଲେ ଯେ ସେ 15 ବର୍ଷ ଧରି ଉତ୍ତରପ୍ରଦେଶର ଆମେଠୀରେ ସେ ଜଣେ ସାଂସଦ ଥିଲେ । ତାଙ୍କର କେରଳ ଆସିବା ଅତ୍ୟନ୍ତ ଉତ୍ସାହ ଜନକଥିଲା । କାରଣ କେରଳ ଲୋକ ପ୍ରସଙ୍ଗ ପ୍ରତି ବେସ ଆଗ୍ରହୀ । ସେହି କ୍ରମରେ ଆମେଠୀବାସୀଙ୍କ ମଧ୍ୟରେ ବୁଝାମଣାରେ ଅଭାବ ଥିବା ମଧ୍ୟ ରାହୁଲ ମଧ୍ୟ ପ୍ରକାଶ କରିଥିଲେ ।

ରାହୁଲଙ୍କ ଏପରି ମନ୍ତବ୍ୟରେ ସ୍ମୃତି ତାଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଯେ ଦେଶର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ପରିବାର ଆମେଠୀକୁ ଦୀର୍ଘ 30 ବର୍ଷ କାଳଶାସନ କରିଥିଲେ କିନ୍ତୁ ଏହାର ବିକାଶ ବିଷୟରେ କେବେ ହେଲେ ଭାବି ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details