ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ ସ୍ଥିତି ଓ ଟୀକାକରଣ ସ୍ଥିତି ସମୀକ୍ଷା କରିଛନ୍ତି । ଦେଶରେ କୋରୋନା ସଂଙ୍କଟକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହା ସହିତ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉପରେ ମଧ୍ୟ ପ୍ରଶ୍ନ ଇଠାଇଛନ୍ତି ।
ପି. ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେତେବେଳ ଡାକ୍ତରଖାନାରେ ଟିକା ସମାପ୍ତ ହୋଇଥିବାର ବୋର୍ଡ ଲାଗିଛି ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଟିକାର ଅଭାବ ନ ଥିବା କଥା କହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଟିକା, ଅମ୍ଳଜାନ, ରେମିଡିସଭିର, ଡାକ୍ତରଖାନାରେ ଶଯ୍ୟା, ଡାକ୍ତର ଏବଂ ନର୍ସମାନଙ୍କର କୌଣସି ଅଭାବ ନାହିଁ। କେବଳ ରୋଗୀଙ୍କର ଅଭାବ ରହିଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ ସେ କିଛି ସମୟ ବଙ୍ଗ ଯୁ୍ଦ୍ଧ ଛାଡି କୋରୋନା ମହାମାରୀ ପାଇଁ କିଛି ସମୟ ଦେଲେ ।