ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ 47 ହଜାର ପାର କୋରୋନା, ଲକଡାଉନର ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ - maharashtra-coronavirus-

ଶୁକ୍ରବାର ରାତି 9ଟା ସୁଦ୍ଧା ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଛି 47, 827 ନୂଆ ମାମଲା । ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଶୁକ୍ରବାର 47 ହଜାର ପାର କୋରୋନା, ଲକଡାଉନର ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରରେ ଶୁକ୍ରବାର 47 ହଜାର ପାର କୋରୋନା, ଲକଡାଉନର ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ

By

Published : Apr 2, 2021, 10:38 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ମହାମାରୀର ପ୍ରକୋପ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତି 9ଟା ସୁଦ୍ଧା ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଛି 47, 827 ନୂଆ ମାମଲା । ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା ରିପୋର୍ଟ ହୋଇଛି ।

କେବଳ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 8832 ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁମ୍ବାଇରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ 8800 ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରର କରୋନାରେ 29,04,076 ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

କରୋନା ମାମଲାରେ ରେକର୍ଡ ବୃଦ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ କଠୋରତା ଆଭିମୁଖ୍ୟ ଆପଣାଉଛନ୍ତି । ରାତିରେ ମହାରାଷ୍ଟ୍ରବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି କରୋନାରେ ସ୍ଥିତି ଏଭଳି ରୁହେ, ତାହେଲେ ଲକଡାଉନ କଥାକୁ ଅସ୍ବୀକାର କରାଯାଇପାରିବ ନାହିଁ। 2 ଦିନରେ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉଦ୍ଧବ ।

ABOUT THE AUTHOR

...view details