ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନ ବିରୋଧରେ ସିଘୁଂ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଘଟଣାରେ ପୁଣି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଶୁକ୍ରବାର ଚାଷୀଙ୍କ ଦଳ ସଂଯୁକ୍ତ କିଷାନ ମୋର୍ଚ୍ଚା(SKM) ଚିଠି ଲେଖିଛି । ତେବେ ସରକାରଙ୍କ ତରଫରୁ ଏ ନେଇ ସକରାତ୍ମକ ପ୍ରତିକ୍ରିୟା ନ ମିଳିଲେ ସେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି ।
କେନ୍ଦ୍ର ସରକାରଙ୍କ 3ଟି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଆନ୍ଦୋଳନକୁ ଗତ 6 ମାସ ଧରି ଜାରି ରଖିଛନ୍ତି । କୋରୋନା ମହାମାରୀ ପାଇଁ ସିଘୁଂ ସୀମାରେ ଆନ୍ଦୋଳନ କରୁଥିବା ଅନେକ ଚାଷୀଙ୍କର ମୃତ୍ୟୁ ଘଟିଲାଣି । ଏଥିଲାଗି SKM ପକ୍ଷରୁ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନେ ନିଜ ବୃତ୍ତି, ଆଗାମୀ ପିଢି ଓ ନିଜ ଜୀବନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ଏଣୁ କୋରୋନାରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ଜୀବନ ପାଇଁ ସେ କାହାରିକୁ ଦାୟୀ କରିବାକୁ ଚାହୁଁନଥିବା କହିଛନ୍ତି ।