ଓଡିଶା

odisha

ETV Bharat / bharat

ଆଜିଠୁ ଦେଶବ୍ୟାପୀ MSP ଗ୍ୟାରେଣ୍ଟି ସପ୍ତାହ ପାଳିବ କିଷାନ ସଙ୍ଗଠନ - ଦେଶବ୍ୟାପୀ ଏମଏସପି ଗ୍ୟାରେଣ୍ଟି ସପ୍ତାହ ପାଳନ

ଆଜିଠୁ (ସୋମବାର) ଦେଶବ୍ୟାପୀ 'ଏମଏସପି ଗ୍ୟାରେଣ୍ଟି ସପ୍ତାହ' ପାଳନ କରିବ ସଂଯୁକ୍ତ କିଷାନ ମଞ୍ଚ । ଅଧିକ ପଢ଼ନ୍ତୁ

skm to observe msp guarantee week from today
ଆଜିଠୁ କିଷାନ ସଂଗଠନର ଦେଶବ୍ୟାପୀ 'ଏମଏସପି ଗ୍ୟାରେଣ୍ଟି ସପ୍ତାହ'

By

Published : Apr 11, 2022, 7:48 AM IST

ନୂଆଦିଲ୍ଲୀ: ଆଜିଠୁ (ସୋମବାର) ଦେଶବ୍ୟାପୀ 'ଏମଏସପି ଗ୍ୟାରେଣ୍ଟି ସପ୍ତାହ' ପାଳନ କରିବ ସଂଯୁକ୍ତ କିଷାନ ମଞ୍ଚ । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ଧାରଣା ତଥା ବିକ୍ଷୋଭ ପ୍ରଦର୍ଶନ ହେବ । ସର୍ବନିମ୍ନ ସହାୟତା ମୂଲ୍ୟ (MSP)କୁ ଚାଷୀଙ୍କ ଆଇନଗତ ଅଧିକାର କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ।

କେନ୍ଦ୍ର ସରକାରଙ୍କ ଏମଏସପି ନୀତିକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବେ କିଷାନ ସଂଗଠନ । ଗତ ମାର୍ଚ୍ଚ 14ରେ ଦିଲ୍ଲୀରେ ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ହୋଇଥିବା ବୈଠକରେ ଏହାର ଘୋଷଣା କରାଯାଇଥିଲା । ଆଜିଠାରୁ ଆସନ୍ତା 17 ତାରିଖ ଯାଏ 'ଏମଏସପି ଗ୍ୟାରେଣ୍ଟି ସପ୍ତାହ' ପାଳନ କରାଯିବ । ଗତ ରବିବାର କିଷାନ ସଂଗଠନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଥିଲା, ଅଭିଯାନ ପାଳନ ବେଳେ ସମଗ୍ର ଦେଶରେ ସିଟ୍- ଇନ ପ୍ରଦର୍ଶନ ଓ ସମାରୋହର ଆୟୋଜନ କରାଯିବ ।

କେନ୍ଦ୍ରର ତିନୋଟି କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ସଂଯୁକ୍ତ କିଷାନ ମଞ୍ଚ ଏକ ବର୍ଷ ଧରି ବିରୋଧ ପ୍ରଦର୍ଶନ କରିଥିଲା । ବିବାଦୀୟ ଆଇନ ରଦ୍ଦ କରିବା ଏବଂ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର, ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ବିକ୍ଷୋଭରେ ମୃତ୍ୟୁବରଣ କରିଥିବା କୃଷକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ ସମେତ ଅନ୍ୟ 6ଟି ଦାବି ଉପରେ ବିଚାର କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଥିଲା ।

ସରକାର ଦାବି ଗୁଡ଼ିକ ପୂରଣ କରିବା ନେଇ ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏ ଆଇନଗତ ଗ୍ୟାରେଣ୍ଟି ମିଳିପାରିନାହିଁ। ଯାହା ବିରୋଧରେ ପୁଣି ତେଜିଛନ୍ତି କିଷାନ ସଂଗଠନ । ଏହି କାର୍ଯ୍ୟକ୍ରମ ଅଧୀନରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଚାଷୀଙ୍କ ଆଇନଗତ ଅଧିକାର କରିବାକୁ ଦାବି କରି ବିଭିନ୍ନ ସ୍ଥାନରେ ଧର୍ମ-ପ୍ରଦର୍ଶନ ଏବଂ ସମାରୋହ ମାଧ୍ୟମରେ ଜନସଚେତନତା ଅଭିଯାନ କରାଯିବ ।

ABOUT THE AUTHOR

...view details