ଭୋପାଳ:କଂଗ୍ରେସ ନେତାଙ୍କ 6 ବର୍ଷୀୟ ପୁତୁରାକୁ ଅପହରଣ ପରେ ଦାବି ଅର୍ଥ ପାଇବାରେ ବିଫଳ ହୋଇ ହତ୍ୟା କରିଛନ୍ତି ଅପହରଣକାରୀ । ଗତକାଲି(ରବିବାର)ଠାରୁ ଅପହରଣର ଶିକାର ହୋଇଥିବା ଶିଶୁର ମୃତଦେହ ଆଜି ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏପରି ଏକ ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ।
ଇନ୍ଦୋରର କଂଗ୍ରେସ ନେତା ବିଜୟନ୍ଦ୍ର ଚୌହାନଙ୍କ 6 ବର୍ଷୀୟ ପୁତୁରା ହର୍ଷ ସିଂ ଚୌହାନଙ୍କୁ ଗତକାଲି(ରବିବାର) ବିଳମ୍ବିତ ରାତିରେ ମୋହର କିଶାନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ପିଗଡମ୍ବର ଗ୍ରାମରୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଶିଶୁକୁ ମୁକ୍ତ କରିବା ପାଇଁ ସେମାନେ ବିଜୟନ୍ଦ୍ର ଚୌହାନଙ୍କ ପରିବାରଠାରୁ 4 କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନମିଳିବାରୁ ଅଭିଯୁକ୍ତମାନେ ଶିଶୁଟିକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି । ଆଜି ସକାଳେ ନକଟସ୍ଥ ଜଙ୍ଗଲରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ପୋଲିସକୁ ଆଶିଂକ ସଫଳତା ମଧ୍ୟ ମିଳିଛି । ଏପରି ନାରକୀୟ କାଣ୍ଡ ଭିଆଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଗିରଫ କରିଛି ।