ନୂଆଦିଲ୍ଲୀ: ଭାରତରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ । ବ୍ରିଟେନ ଫେରନ୍ତାଙ୍କ ନିକଟରୁ ଚିହ୍ନଟ ହେଲା ନୂଆ ଷ୍ଟ୍ରେନ । ହାଇଦ୍ରାବାଦରୁ 2, ପୁନେରୁ ଜଣେ ଓ ବେଙ୍ଗାଲୁରୁର 3 ଜଣ କୋରୋନାର ନୂତନ ଭୂତାଣୁ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା । ଯାହାର ରିପୋର୍ଟ ମଙ୍ଗଳବାର ଆସିଛି ।
ସେପ୍ଟେମ୍ବର ମାସରେ ବ୍ରିଟେନରେ ପ୍ରଥମ ଥର କୋରୋନାର ପରବର୍ତ୍ତୀ ରୂପ ତଥା ନୂଆ ଷ୍ଟ୍ରେନକୁ ଚିହ୍ନଟ କରାଯାଇଥିଲା । ନଭେମ୍ବର ମାସ ବେଳକୁ ଏହା ଅଧିକ ରୁ ଅଧିକ ବ୍ୟାପିବା ଆରମ୍ଭ କରିଦେଇଛି । ଡିସେମ୍ବର ମଧ୍ୟଭାଗରେ ଏହା ପ୍ରାୟ ଦୁଇ-ତୃତୀୟାଂଶ ମାମଲାରେ ପହଞ୍ଚିଛି ।
ଭାଇରସର ନୂତନ ଷ୍ଟ୍ରେନର ସ୍ପାଇକ ପ୍ରୋଟିନରେ 13ଟି ମ୍ୟୁଟେସନ ଥିବା ଜଣାପଡିଛି । ଯେଉଁଥିରୁ N501Y ମ୍ୟୁଟେସନ୍ ଭାଇରସର ପୂର୍ବ ତୁଳନାରେ 70 ପ୍ରତିଶତ ଦ୍ରୁତ ଗତି ବ୍ୟାପୁଛି ବୋଲି ଶିବ ନାଦର ବିଶ୍ବବିଦ୍ୟାଳୟର ଜୀବନ ବିଜ୍ଞାନ ପ୍ରଫେସର ଏନେଇ ସୂଚନା ଦେଇଛନ୍ତି ।