ଓଡିଶା

odisha

ETV Bharat / bharat

ବିଷାକ୍ତ ମଦ ପିଇ 6 ମୃତ, ପୋଲିସର ତଦନ୍ତ ଜାରି

ବିଷାକ୍ତ ମଦ ସେବନ ଯୋଗୁଁ ଗତ 48 ଘଣ୍ଟା ମଧ୍ୟରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବିଷାକ୍ତ ମଦ ପିଇ 6 ମୃତ ଅଭିଯୋଗ, ପୋଲିସର ତଦନ୍ତ ଜାରି
ବିଷାକ୍ତ ମଦ ପିଇ 6 ମୃତ ଅଭିଯୋଗ, ପୋଲିସର ତଦନ୍ତ ଜାରି

By

Published : Nov 20, 2020, 7:17 AM IST

ଲକ୍ଷ୍ନୌ: ବିଷାକ୍ତ ମଦ ପିଇ ଚାଲିଗଲା 6 ଜୀବନ । ଗୁରୁବାର ଉତ୍ତରପ୍ରଦେଶର ହାପୁର ଅଞ୍ଚଳରେ ଗତ 48 ଘଣ୍ଟା ମଧ୍ୟରେ 6 ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା କାରଣରୁ ହୋଇଥିବା ଅଭିଯୋଗ ହୋଇଛି । ହେଲେ ଏନେଇ କୌଣସି ଉପଯୁକ୍ତ ପ୍ରମାଣ ପୋଲିସର ହସ୍ତଗତ ହୋଇନଥିବା ପୋଲିସ କହିଛି ।

ଏହା ଏକ ଭୁଲ ସୂଚନା । ସମସ୍ତଙ୍କ ମୃତ୍ୟୁ ପ୍ରାକୃତିକ ଭାବେ ତଥା କୌଣସି ରୋଗରେ ପୀଡିତ ହେବା ଯୋଗୁଁ ଘଟିଥିବା ପୋଲିସ ପ୍ରକାଶ କରିଛି । ତେବେ ଏହି ମୃତ୍ୟୁ ଘଟଣାରେ ସତ୍ୟାସତ୍ୟ ଏ ଯାଏଁ ବି ଜଣାପଡିନାହିଁ । ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details