ଓଡିଶା

odisha

ETV Bharat / bharat

କାକିନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା 6 ମହିଳାଙ୍କ ଜୀବନ

ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଛଅ ଜଣ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର । ଅଧିକ ପଢ଼ନ୍ତୁ

By

Published : May 14, 2023, 8:09 PM IST

Updated : May 15, 2023, 11:35 AM IST

ମଧ୍ୟ ପ୍ରଦେଶର କାକିନାଡା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା
ମଧ୍ୟ ପ୍ରଦେଶର କାକିନାଡା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା

ଅମରାବତୀ: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ମାମଲା ବଢିବାରେ ଲାଗିଛି । ପରିବହନ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ନିୟମ ପ୍ରଣୟନ କଲେ ମଧ୍ୟ ନିୟମ ବେଖାତିର କରି ଗାଡି ଚଲାଉଛନ୍ତି ଅମାନିଆ । ଯାହାଫଳରେ ଏପରି ଦୁର୍ଘଟଣାରେ ନୀରିହ ଲୋକଙ୍କ ଧନଜୀବନ ହାନି ଘଟୁଛି । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ । ମର୍ମନ୍ତୁଦ ଦୁର୍ଘଟଣାରେ ଛଅଜଣ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଥିବା ସୂଚନା ରହିଛି ।

ପୋଲିସ ସୂଚନା ଅନୁଯାୟୀ, ସୀତାରାମପୁରମ୍‌ ବାଇପାସରେ ଅଟୋ ଯୋଗେ ଯାଉଥିବା ମହିଳାମାନଙ୍କୁ ଏକ ଘରୋଇ ବସ୍‌ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ୬ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳାମାନେ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ନିଜି ସିଫ୍ଟ ସାରି ସେମାନେ ଘରକୁ ଯାଉଥିବା ବେଳେ ଏପରି ଘଟଣା ଘଟିଥିଲା । ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ଗୁରୁତରମାନଙ୍କୁ କାକିନାଡା GGH ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଏହାସହ ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋ ଓ ବସ୍‌କୁ ଜବତ କରିଛି । ମୃତକମାନେ ନିଲାପଲ୍ଲୀର ୟାନମର ବାସିନ୍ଦା ବୋଲି ଜଣା ପଡ଼ିଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ଦୀପାଳି, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ତେବେ ଡ୍ରାଇଭରମାନଙ୍କ ବେପରୁଆ ଗାଡି ଚାଳନା, ଟ୍ରାଫିକ ନିୟମ ନମାନିବା, ଓଭର ସ୍ପିଡିଂ ଓ ନିଶା ସେବନ କରି ଗାଡି ଚଲାଇବା କାରଣରୁ ଦୁର୍ଘଟଣା ମାମଲା ବଢୁଥିବା ଦେଖିବାକୁ ମିଳିଛି । ତେବେ ଗତ କିଛି ଦିନ ତଳେ ମଧ୍ୟ ପ୍ରଦେଶର ଖରଗାଓଁରେ 50ଫୁଟର ବ୍ରିଜ ଉପରୁ ଏକ ବସ୍‌ ଖସି ପଡିଥିଲା । ଏଥିରେ 24 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 26 ଜଣ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଥିଲେ ।

ଏହା ବି ପଢ଼ନ୍ତୁ: RathaKhala Halchal: ତିନି ରଥ ଅଖ କାର୍ଯ୍ୟ ନେଇ ପ୍ରସ୍ତୁତି ଆରମ୍ଭ

କିଛି ଦିନ ପୂର୍ବେ ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଟାଟା ମ୍ୟାଜିକକୁ ଏକ ଡିସିଏମ୍‌ ଟ୍ରକ୍‌ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2023, 11:35 AM IST

ABOUT THE AUTHOR

...view details