ଓଡିଶା

odisha

By

Published : Aug 22, 2022, 1:32 PM IST

Updated : Aug 22, 2022, 1:57 PM IST

ETV Bharat / bharat

କାରରେ ଫେରୁଥିଲେ ସପରିବାର ଧକ୍କା ଦେଲା ଟ୍ରକ, ଆଖି ବୁଜିଲେ 6 ଜଣ

ଦିଲ୍ଲୀ ଯମୁନେତ୍ରୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀ ଯମୁନେତ୍ରୀ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା,କାରକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୬ ମୃତ
ଦିଲ୍ଲୀ ଯମୁନେତ୍ରୀ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା,କାରକୁ ପିଟିଲା ଟ୍ରକ, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ:ଦିଲ୍ଲୀ ଯମୁନେତ୍ରୀ ଜାତୀୟ ରାଜପଥ(delhi yamnotri highway)ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,ମିର୍ଜାପୁରର ବାସିନ୍ଦା ଆଦିଲ ନିଜ ପତ୍ନୀଙ୍କୁ ସାହାରନପୁର ଏକ ଡାକ୍ତରଙ୍କୁ ଦେଖେଇବା ପାଇଁ ନିଜ ପରିବାର ସହ ଯାଇଥିଲେ । ସେଠାରୁ ଫେରିବା ବାଟରେ ତାଙ୍କ ମାରୁତି ଭ୍ୟାନଟି (Delhi-Yamnotri highway) ଦିଲ୍ଲୀ ଯମୁନେତ୍ରୀ ହାଇଓ୍ବେର କୋଟଓ୍ବାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା । ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Last Updated : Aug 22, 2022, 1:57 PM IST

ABOUT THE AUTHOR

...view details