ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ‘ପାକିସ୍ତାନ ଜିନ୍ଦବାଦ’ର ସ୍ଲୋଗାନ ଶିଣୁବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ନିକଟରେ ଏଭଳି ସ୍ଲୋଗାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ରବିବାର ଦିନ ପୋଲିସ 6 ଜଣଙ୍କୁ ଏନେଇ ଗିରଫ କରିଛି । ଡେପୁଟି କମିଶନର (ନୂଆଦିଲ୍ଲୀ) ଇଶ ସିଙ୍ଘଲ ସୂଚନାନୁସାରେ, ରାତି ପ୍ରାୟ 1 ଟାରେ ଏହି ସ୍ଲୋଗାନ ଶୁଣି ପିସିଆରକୁ କଲ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ଯୁବକ ଯୁବତୀ ସମେତ ୬ ଗିରଫ - ଯୁବକ ଯୁବତୀ ସମେତ ୬ ଗିରଫ
ରାଜଧାନୀ ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦବାଦ’ ନାରା । ଦିଲ୍ଲୀର ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ନିକଟରେ ଏଭଳି ସ୍ଲୋଗାନକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ଯୁବକ ଯୁବତୀ ସମେତ ୬ ଗିରଫ
ତଦନ୍ତ ପରେ ପୁଲିସ ସ୍ଲୋଗାନ ଦେବା ଅଭିଯୋଗରେ ତିନିଜଣ ଯୁବକ ଏବଂ ତିନି ଜଣ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। କିଛି ଯୁବକ ଓ ଯୁବତୀ ଇଣ୍ଡିଆ ଗେଟ୍ ସାମ୍ନାରେ ବାଇକରେ ବୁଲୁଥିବା ବେଳେ ପରସ୍ପରକୁ ଭାରତ ଓ ପାକିସ୍ତାନ ନାମରେ ନାମିତ କରି ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ପୁଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରିବାରୁ, ପାକିସ୍ତାନ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଜାଣିଶୁଣି ପାକିସ୍ତାନକୁ ସମର୍ଥନ କରି କୌଣସି ସ୍ଲୋଗାନ ଦେଇ ନାହାଁନ୍ତି ବୋଲି ସେମାନେ ପୁଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।