ଓଡିଶା

odisha

ETV Bharat / bharat

ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଏବେବି ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ - Gen Manoj Pande

Army Chief Gen Manoj Pande: 15 ତାରିଖରେ ଆର୍ମି ଡେ’ ପୂର୍ବରୁ ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସ୍ଥଳସେନା ମୁଖ୍ୟଙ୍କ ସମ୍ବୋଧନ । କହିଲେ ଉତ୍ତର-ସୀମାରେ ସ୍ଥିତି ସ୍ଥିର, କିନ୍ତୁ ସମ୍ବେଦନଶୀଳ । ସେନାର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳକୁ ଦିଆଯାଉଛି ପ୍ରାଧାନ୍ୟ । ଅଧିକ ପଢନ୍ତୁ

ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ
ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ

By ETV Bharat Odisha Team

Published : Jan 11, 2024, 4:12 PM IST

ନୂଆଦିଲ୍ଲୀ:ଭାରତର ଉଭୟ ପଡୋଶୀ ଶତ୍ରୁ ଚୀନ ଓ ପାକିସ୍ତାନ ସହ ସଲଗ୍ନ ସର୍ବାଧିକ ଆହ୍ବାନପୂର୍ଣ୍ଣ ଉତ୍ତର ସୀମାରେ ସ୍ଥିତି ଏବେ ସ୍ଥିର ରହିଛି । କିନ୍ତୁ ଏବେ ବି ସେଠାରେ ସ୍ଥିତି ସମ୍ବେଦନଶୀଳ ରହିଛି । ଉତ୍ତର-ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ହେଲେ ଭାରତ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ କରୁଛି । ଏଥିପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି ବୋଲି ସ୍ଥଳସେନା ମୁଖ୍ଯ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ।

ଜାନୁଆରୀ 15 ତାରିଖରେ ଆର୍ମି ରାଇଜିଂ ଡେ’ ପାଳନ ପୂର୍ବ ଅବସରରେ ଜେନେରାଲ ପାଣ୍ଡେ ଆଜି ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କହିଛନ୍ତି, ଉତ୍ତର ସୀମାରେ ଉତ୍ତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ପ୍ରୟାସ ଜାରି ରଖିଛି । ଉତ୍ତର ସୀମାରେ ଏବେ ସ୍ଥିତି ସ୍ଥିର ରହିଛି । ମାତ୍ର ଏହା ଏବେ ମଧ୍ୟ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ।

ସେହିପରି ଚୀନ ସୀମା ସଂଲଗ୍ନ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜେନେରାଲ ପାଣ୍ଡେ କହିଛନ୍ତି, ‘‘ ଏଲଏସିରେ ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । କୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଭାରତୀୟ ସେନା ଗ୍ରହଣ କରିଛି । ପର୍ଯ୍ୟାପ୍ତ ପରିମାଣର ଫୋର୍ସ ମଧ୍ୟ ସେଠାରେ ମୁତୟନ ଅଛନ୍ତି ।’’

ସେହିପରି କାଶ୍ମୀରରେ ଦେଖାଯାଇଥିବା ସ୍ଥିତି ସମ୍ପର୍କରେ ମଧ୍ୟ ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଛନ୍ତି । ସ୍ଥଳସେନା ମୁଖ୍ୟ କହିଛନ୍ତି, ପ୍ରକୃତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ନେଇ ହୋଇଥିବା ଶାନ୍ତିଚୁକ୍ତି ସ୍ଥିର ରହିଛି । ମାତ୍ର ଘାଟିରେ କିଛି ସ୍ଥାନରେ ଅନୁପ୍ରବେଶ ଓ ସୀମାପାର ଆତଙ୍କବାଦ ଘଟଣା ସମ୍ନାକୁ ଆସିଛି । ସୀମାରେ ଅନୁପ୍ରବେଶ ରୋକିବାରେ ଭାରତୀୟ ସଶସ୍ତ୍ର ବଳ ସକ୍ଷମ । ଘାଟିର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଆତଙ୍କବାଦ ଆକ୍ରମଣ ଘଟଣାରେ ପୂର୍ବାପେକ୍ଷା ହ୍ରାସ ଘଟିଛି । ରଜୌରୀ ଓ ପୁଞ୍ଚରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଜେନେରାଲ ପାଣ୍ଡେ କହିଛନ୍ତି, ଏହି କ୍ଷେତ୍ରରେ କିଛି ବିରୋଧୀ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରୁଛନ୍ତି । ଘଟଣା ପରେ ଉକ୍ତ ସ୍ଥାନରେ ସେନା ତାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛି । ଭୁଟାନ- ଭାରତ ସୀମାରେ ସ୍ଥିତି ସ୍ଥିର ରହିଥିବା ବେଳେ ଭାରତ- ମିଆଁମାର ସୀମାରେ ସ୍ଥିତି ସାମାନ୍ୟ ଆହ୍ବାନପୂର୍ଣ୍ଣ ରହିଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା, ତୀବ୍ରତା 6.1

ସେହିପରି ସେ, ବର୍ଷ 2024 ରେ ଭାରତୀୟ ସ୍ଥଳସେନାରେ ଆଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସେନାର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଉଛି । ଅଗ୍ନିବୀରଙ୍କ ସଶସ୍ତ୍ର ବଳରେ ଏକୀକରଣ ହେବା ପ୍ରକ୍ରିୟାକୁ ମଧ୍ୟ ସେ ସଠିକ ଓ ପ୍ରଭାବୀ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details