ଓଡିଶା

odisha

ETV Bharat / bharat

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟେଚୁରୀ - ସୀତାରାମ ୟାଚୁରୀ

ତୃତୀୟ ଥର ପାଇଁ ସିପିଆଇଏମ (CPI-M)ର ମହାସଚିବ ନିର୍ବାଚିତ ହେଲେ ସୀତାରାମ ୟେଚୁରୀ । 2015 ରେ ପ୍ରଥମ ଥର ପାଇଁ ନେଇଥିଲେ ଦାୟିତ୍ବ । ଅଧିକ ପଢନ୍ତୁ

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ
ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ

By

Published : Apr 10, 2022, 8:53 PM IST

ଥିରୁଅନନ୍ତପୁରମ:ତୃତୀୟ ଥର ପାଇଁ ସିପିଆଇଏମ (CPI-M)ର ମହାସଚିବ ନିର୍ବାଚିତ ହେଲେ ସୀତାରାମ ୟେଚୁରୀ । ୟାଚୁରୀ ପ୍ରଥମେ 2015 ରେ ଦଳର ମହାସଚିବ ଭାବେ ଦାୟିତ୍ବ ନେବା ପରେ 2018ରେ ଦ୍ବିତୀୟ ଥର ପାଇଁ ମଧ୍ୟ ଏହି ଦାୟିତ୍ବରେ ନିର୍ବାଚିତ ହୋଇଥିଲେ । ପୁଣି ଚଳିତ ବର୍ଷ ମଧ୍ୟ ସେ କ୍ରମାଗତ ତୃତୀୟ ଥର ପାଇଁ ଏହି ଦାୟିତ୍ବ ନେଇଛନ୍ତି । ଆଜି ପାର୍ଟି କଂଗ୍ରେସର 23ତମ ଭେନ୍ୟୁରେ ତାଙ୍କୁ ସର୍ବସମ୍ମତି କ୍ରମେ ନିଯୁକ୍ତି କରିଛି ଦଳର କେନ୍ଦ୍ରୀୟ କମିଟି ।

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ

LDF ସଂଯୋଜକ ଏବଂ କେରଳର ପୂର୍ବତନ କାର୍ଯ୍ୟନିର୍ବାହୀ ସଚିବ ଏ.ବିଜୟରାଜଙ୍କୁ କେରଳରୁ ପଲିଟବୁରୋ (politburo)ର ନୂତନ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅଲ ଇଣ୍ଡିଆ କିଷାନ ସଭାପତି ଅଶୋକ ଡାଭେଲ ଏବଂ ଦଳିତ ନେତା ରାମଚନ୍ଦ୍ର ଡୋମ ମଧ୍ୟ ଦଳର ପଲିଟବୁରୋର ନୂତନ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । politburo ହେଉଛି ଦଳର ସର୍ବୋଚ୍ଚ ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ।

ସେହିପରି କେରଳର ମନ୍ତ୍ରୀ କେ.ବାଲାଗୋପାଲ ଏବଂ ପି.ରାଜୀବ, ଦଳର ମହିଳା ନେତ୍ରୀ ସି.ଏସ ସୁଜାତା ଓ ପି.ସତୀଦେବୀ ଦଳର କେନ୍ଦ୍ରୀୟ କମିଟିରେ ନୂତନ ଭାବେ ସାମିଲ ହୋଇଛନ୍ତି । ସେହିପରି ବରିଷ୍ଠ ନେତା ଭାଇକୋମ ବିଶ୍ୱନ୍, ପି.କରୁଣାକରନ୍, ଏବଂ ଏମ୍.ସି ଜୋସେଫାଇନଙ୍କୁ କମିଟିରୁ ବାଦ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details