କୋହିମା: ସୁରକ୍ଷା ବଳର ଭୁଲ ରଣନୀତି ପାଇଁ ନାଗାଲାଣ୍ଡରେ ୧୪ ସାଧାରଣ ନାଗରିକଙ୍କ ଦୁଃଖଦ ମୃତ୍ୟୁ ଘଟଣା । ସ୍ବତନ୍ତ୍ର ତଦନ୍ତକାରୀ ଟିମ(Special Investigation Team) ସ୍ଥାନୀୟ ବାସିନ୍ଦାଙ୍କୁ ସନ୍ଦେହମୂଳକ ଫଟୋ, ଭିଡ଼ିଓ କିମ୍ବା କୌଣସି କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ସୂଚନା ଦେବା ପାଇଁ ଟିମ ଅପିଲ କରିଛି । ନାଗାଲାଣ୍ଡ ପୋଲିସ ଟ୍ବିଟ କରି ଏ ସମ୍ପର୍କରେ ଲୋକଙ୍କୁ ଦେଇଛି ସୂଚନା ।
ନାଗାଲାଣ୍ଡ ପୋଲିସ ଟ୍ବିଟ କରିଛି ଯେ, ରାଜ୍ୟର ଓଟିଙ୍ଗ ଗ୍ରାମରେ ଗତ ଡିସେମ୍ବର ୪ ତାରିଖ ସୋମବାର ସୁରକ୍ଷା ବଳର ଗୁଳିରେ ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ SIT ଯେକୌଣସି ସନ୍ଦେହଜନକ ଖବର ପାଇଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରିଛି । କୌଣସି ଫଟୋ, ଭିଡ଼ିଓ, ସନ୍ଦେହଜନକ କାର୍ଯ୍ୟକଳାପ ଘଟଣା ସମ୍ବନ୍ଧିତ ମିଳିଲେ ଜଣାଇବାକୁ ଅନୁରୋଧ କରାଯାଇଛି ।
ଏହା ବି ପଢନ୍ତୁ: Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି