ଓଡିଶା

odisha

By

Published : Jan 6, 2022, 2:24 PM IST

ETV Bharat / bharat

Lakhimpur Kheri Violence: ୧୨ ଚାଷୀଙ୍କୁ ସମନ ଜାରି କଲା SIT

ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ୧୨ଜଣ ଚାଷୀଙ୍କୁ ସମନ ଜାରି କଲା ଏସଆଇଟି । ଅଧିକ ପଢନ୍ତୁ

Lakhimpur Kheri Violence: ୧୨ ଚାଷୀଙ୍କୁ ସମନ ଜାରି କଲା SIT
Lakhimpur Kheri Violence: ୧୨ ଚାଷୀଙ୍କୁ ସମନ ଜାରି କଲା SITLakhimpur Kheri Violence: ୧୨ ଚାଷୀଙ୍କୁ ସମନ ଜାରି କଲା SIT

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ୧୨ଜଣ ଚାଷୀଙ୍କୁ ସମନ ଜାରି କଲା ଏସଆଇଟି (SIT issues summons to 12 farmers in Lakhimpur Kheri case)। ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଏହି ଆକ୍ରମଣରେ ଜଡିତ ନଥିଲେ ବୋଲି କହିଥିଲେ । କିନ୍ତୁ ସେହି ସମୟରେ ସେମାନଙ୍କୁ 'ଦଙ୍ଗା' ଏବଂ ସ୍ବାଭିମାନକୁ ଆଘାତ ଲାଗିବା' ଭଳି ଅଭିଯୋଗ କରାଯାଇଥିଲା ଏବଂ CRPC ଧାରା ୪୧ ଅନୁଯାୟୀ ଏସଆଇଟି ଅଧିକାରୀଙ୍କ ଦ୍ବାରା ତାଙ୍କୁ ଛାଡି ଦିଆଯାଇଥିଲା।

ଏପର୍ଯ୍ୟନ୍ତ ଏହି ମାମଲାରେ ୭ଜଣ ଚାଷୀଙ୍କୁ ଗିରଫ କରାଯାଇଛି ଏବଂ ଏସଆଇଟି ଏହି ମାମଲାରେ ଅଧିକ ସନ୍ଦିଗ୍ଧଙ୍କୁ ଖୋଜୁଛି। ଏସଆଇଟିର ଜଣେ ଅଧିକାରୀଙ୍କ କହିବାଅନୁଯାୟୀ ସେହି ସ୍ଥାନରେ ଉପସ୍ଥିତ ଥିବା ଚାଷୀଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଆମେ ସମନ ଜାରି କରିଛୁ। ସେମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ଆମ ନିକଟରେ ହାଜର ହୋଇଥିଲେ ମଧ୍ୟ କେହି ଗିରଫ ହୋଇନଥିଲେ ।

ଏନେଇ କୃଷକଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ହରଜିତ ସିଂ କହିଛନ୍ତି, "କିଛି କୃଷକ ପୂର୍ବରୁ ହିଂସାକାଣ୍ଡ ସମସୟରେ ଉପସ୍ଥିତ ଥିଲେ ହେଲେ ଏଥିରେ ସାମିଲ ନଥିଲେ । କିନ୍ତୁ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ବର୍ତ୍ତମାନ ଯେଉଁ କୃଷକମାନଙ୍କୁ ସମନ ଜାରି କରାଯାଇଛି ସେମାନେ କୃଷକଙ୍କ ହତ୍ୟା ମାମଲାରେ ସାକ୍ଷୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦାବି ହୋଇ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ଏହାପରେ କୃଷକ ମାନଙ୍କ ଦ୍ବାରା ୩ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ମାମଲାରେ SIT ଏପର୍ଯ୍ୟନ୍ତ ୧୪ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details