ଓଡିଶା

odisha

ETV Bharat / bharat

Single Use Plastic Ban: ଆଜିଠୁ ଦେଶରେ ଏକକ ପ୍ଲାଷ୍ଟିକ ବ୍ୟବହାର ମନା

ଆଜି(ଶୁକ୍ରବାର)ଠାରୁ ଦେଶରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ(Single Use Plastic) ସାମଗ୍ରୀ ବ୍ୟାନ କରାଯାଇଛି । ଏନେଇ କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି । ଅଧିକ ପଢନ୍ତୁ

By

Published : Jul 1, 2022, 10:26 AM IST

Single Use Plastic Ban: ଆଜିଠୁ ଦେଶରେ ଏକକ ପ୍ଲାଷ୍ଟିକ ବ୍ଯବହାର ବ୍ୟାନ
Single Use Plastic Ban: ଆଜିଠୁ ଦେଶରେ ଏକକ ପ୍ଲାଷ୍ଟିକ ବ୍ଯବହାର ବ୍ୟାନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି । ଏହାର ବ୍ୟବହାରକୁ ବ୍ୟାନ କରାଯାଇଥିଲା । ହେଲେ ଲୋକେ ଏହାକୁ ବେଖାତିର କରୁଥିଲେ । ଯାହାକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ(Single Use Plastic) ବ୍ୟବହାର ଉପରେ ରୋକ ଲଗାଯାଇଛି । ଦେଶରେ ଆଜିଠାରୁ(ଶୁକ୍ରବାର) ଏକକ ବ୍ୟବହାର ପ୍ଲାଷ୍ଟିକୁ ବ୍ୟାନ କରାଯାଇଛି । ଏହା ଫଳରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି । ଯେଉଁ ସାମଗ୍ରୀର ଉପଯୋଗୀତା କମ ଏବଂ ଆବର୍ଜନା ସୃଷ୍ଟି କରେ ସେଗୁଡିକର ଉତ୍ପାଦନ, ଆମଦାନୀ, ମହଜୁଦ, ବିତରଣ ବିକ୍ରି ଓ ବ୍ୟବହାର ନିଷେଧ ହେବ।

ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ପ୍ଲାଷ୍ଟିକ କାଠିଥିବା ଇଅର ବଡ, ବେଲୁନ ପାଇଁ ପ୍ଲାଷ୍ଟିକ କାଠି, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ, ଆଇସକ୍ରିମ ଷ୍ଟିକ, ପ୍ଲାଷ୍ଟିକ ପ୍ଲେଟ, କପ, ଗ୍ଲାସ, ସାଜସଜ୍ଜା ପାଇଁ ପଲିଷ୍ଟିରିନ (ଥର୍ମୋକଲ), ଚାମଚ, ଛୁରୀ, ଟ୍ରେ, ମିଠାବାକ୍ସ, ନିମନ୍ତ୍ରଣ କାର୍ଡ, ସିଗାରେଟ ପ୍ୟାକେଟ ଏଥିସହ ପିଭିସି ବ୍ୟାନର ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ ।

ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବ୍ୟବହାର କରୁଥିବା ଦେଖିବାକୁ ମିଳେ ତେବେ ଉଭୟ ଜେଲ ଏବଂ ଜରିମାନା ଭଳି ଦଣ୍ଡ ଦିଆଯିବ । ପରିବେଶ ସୁରକ୍ଷା ଆଇନର ଧାରା 15 ଅନୁଯାୟୀ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ୍ (SUP) କୌଣସି ସ୍ଥାନରେ ବେଆଇନ ଭାବେ ପ୍ରସ୍ତୁତି, ଆମଦାନୀ, ଗଚ୍ଛିତ ଅଛି, ବିକ୍ରି ହେଉଛି କିମ୍ବା ବ୍ୟବହାର ହେଉଛି ତାହା ଉପରେ ସରକାର ତୀକ୍ଷ୍ନ ନଜର ରଖିବେ।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ ଗତ ବର୍ଷଠାରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ ଗତ ବର୍ଷରୁ 75 ମାଇକ୍ରନରୁ କମ ମୋଟା ଥିବା ପ୍ଲାଷ୍ଟିକ କ୍ୟାରିବ୍ୟାଗର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବାହର ଉପରେ ପ୍ରତିବନ୍ଧକ ଲଗାଯାଇଛି ।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରାଯାଇଥିବା ଏକ ସର୍ଭେରେ ସ୍ପଷ୍ଟ ହୋଇଛି ଯେ, ଦେଶରେ ପ୍ରତିଦିନ 26 ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ସେଥିରୁ କେବଳ ୬୦%ସଂଗ୍ରହ କରାଯାଉଛି । ଅବଶିଷ୍ଟ ୪୦ପ୍ରତିଶତ ବର୍ଜ୍ୟବସ୍ତୁ ନଦୀ ଓ ସ୍ରୋତରେ ମିଶିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details