ଓଡିଶା

odisha

ETV Bharat / bharat

ସେପ୍ଟେମ୍ବରରେ ଲଞ୍ଚ ହେବ ସ୍ପୁଟ୍‌ନିକ ଲାଇଟ ଟିକା, 750 ଟଙ୍କା ରହିପାରେ ଦାମ - ସ୍ପୁଟ୍‌ନିକ ଲାଇଟ ଟିକା

ଆସନ୍ତା ମାସରେ ଲଞ୍ଚ ହେବାକୁ ଯାଉଛି ରୁଷୀୟ ଟିକା ସ୍ପୁଟ୍‌ନିକ ଲାଇଟ । ସ୍ପୁଟ୍‌ନିକ ଲାଇଟ ହେଉଛି ସିଙ୍ଗଲ ଡୋଜ ବିଶିଷ୍ଟ । ରିପୋର୍ଟ ଅନୁଯାୟୀ ପାନାସିଆ ବାୟୋଟେକ୍, ଦେଶର ଔଷଧ ନିୟାମକ ଡିଜିସିଆଇଙ୍କ ଠାରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛି। ଅଧିକ ପଢନ୍ତୁ...

ସେପ୍ଟେମ୍ବରରେ ଲଞ୍ଚ ହେବ ସ୍ପୁଟ୍‌ନିକ ଲାଇଟ ଟିକା, 750 ଟଙ୍କା ରହିପାରେ ଦାମ୍
ସେପ୍ଟେମ୍ବରରେ ଲଞ୍ଚ ହେବ ସ୍ପୁଟ୍‌ନିକ ଲାଇଟ ଟିକା, 750 ଟଙ୍କା ରହିପାରେ ଦାମ୍

By

Published : Aug 14, 2021, 4:48 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଲଞ୍ଚ ହେବାକୁ ଯାଉଛି ରୁଷୀୟ ଟିକା ସ୍ପୁଟ୍‌ନିକ ଲାଇଟ । ସ୍ପୁଟ୍‌ନିକ ଲାଇଟ ହେଉଛି ସିଙ୍ଗଲ ଡୋଜ ବିଶିଷ୍ଟ । ରିପୋର୍ଟ ଅନୁଯାୟୀ ପାନାସିଆ ବାୟୋଟେକ୍, ଦେଶର ଔଷଧ ନିୟାମକ ଡିଜିସିଆଇଙ୍କ ଠାରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛି। ରିପୋର୍ଟରେ କୁହାଯାଇଛି ଯେ, ପ୍ରାରମ୍ଭରେ ସୀମିତ ପରିମାଣରେ ସ୍ପୁଟନିକ ଲାଇଟ୍ ଉପଲବ୍ଧ ହେବ। ଏହାର ମୂଲ୍ୟ ପ୍ରାୟ 750 ଟଙ୍କା ହେବ ବୋଲି ଆଶା କରାଯାଉଛି।

ପାନାସିଆ ବାୟୋଟେକ୍ ଭାରତରେ, ଋଷର ସ୍ପୁଟନିକ ଭି ଟିକା ଆରମ୍ଭ କରିବା ପାଇଁ ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ର ସହଭାଗୀ ହୋଇଛି । ଦେଶରେ ଟିକା ଉତ୍ପାଦନ ପାଇଁ RDIF, ଡ. ରେଡ୍ଡୀଙ୍କ ସହ ଆଗରୁ ଚୁକ୍ତି ହୋଇସାରିଛି। ବାର୍ଷିକ ସ୍ପୁଟନିକ ଭି ର 100 ମିଲିୟନ୍ ଡୋଜ ପ୍ରସ୍ତୁତ କରିବାକୁ ଉଭୟ ରାଜି ହୋଇଛନ୍ତି। ଏହି ଟିକା ଏପ୍ରିଲ୍ 12 ରେ ଦେଶରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇବା ପରେ ମେ’ ମାସରେ ଲୋକଙ୍କ ପାଇଁ ଆରମ୍ଭ କରାଗଲା ।

ଭାରତ ବ୍ୟତୀତ ସ୍ପୁଟନିକ୍ ଭି ପ୍ରାୟ 65 ଟି ଦେଶରେ ପଞ୍ଜିକୃତ ହୋଇଛି। କ୍ଲିନିକାଲ ପରୀକ୍ଷଣ ସମୟରେ ଏହି ଟିକା 97.6 ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି। RDIF ଦାବି କରିଛି ଯେ, ସ୍ପୁଟନିକ ଲାଇଟ କୋରୋନା ଭାଇରସର ସମସ୍ତ ନୂତନ ଷ୍ଟ୍ରେନ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ABOUT THE AUTHOR

...view details