ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ହିଜାବ ବିବାଦ ମଧ୍ୟରେ ଆଜି ମାମଲାର ଶୁଣାଣି ବୃହତ୍ତର ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଛି । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ଏକକ ବେଞ୍ଚ ଏହି ହିଜାବ ମାମଲାର ଶୁଣାଣି ଜାରି ରଖିଥିବା ବେଳେ ଆଜି ଏହାକୁ ବୃହତ୍ତର ଖଣ୍ଡପୀଠ ଦ୍ବାରା ବିଚାର ହେବା ପାଇଁ ସୁପାରିଶ କରାଯାଇଛି ।
hijab hearing: ବୃହତ୍ତର ଖଣ୍ଡପୀଠକୁ ଗଲା ହିଜାବ ବିବାଦର ଶୁଣାଣି - କର୍ଣ୍ଣାଟକ ହିଜାବ ବିବାଦ
କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଜାରି ରହିଥିବା ହିଜାବ ବିବାଦର ଶୁଣାଣି କରିବେ ବୃହତ୍ତର ଖଣ୍ଡପୀଠ । ବର୍ତ୍ତମାନ ଜଣେ ବିଚାରପତିଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଜାରି ରଖିଥିଲା ଶୁଣାଣି । ଅଧିକ ପଢନ୍ତୁ

hijab controvershy: ବୃହତ୍ତର ଖଣ୍ଡପୀଠକୁ ଗଲା ହିଜାବ ବିବାଦ ଶୁଣାଣି
ମାମଲା ହସ୍ତାନ୍ତର ନିଷ୍ପତ୍ତି ନେଇ ଜଷ୍ଟିସ୍ ଦୀକ୍ଷିତ କହିଛନ୍ତି ଯେ, ମାମଲାର ଗମ୍ଭୀରତାକୁ ନେଇ ଅଧିକ ବିଚାରବିମର୍ଶ କରିବାର ଆବଶ୍ୟକତା ରହିଛି । ତେଣୁ ଏହି ମାମଲାର ଶୁଣାଣି ବୃହତ୍ତର ଖଣ୍ଡପୀଠ କରିବେ । ସେ ମାମଲାର ହସ୍ତାନ୍ତରଣ ନେଇ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି କରିବା ପାଇଁ ବୃହତ୍ତର ବେଞ୍ଚର ଗଠନ ହୋଇପାରିବ କି ନାହିଁ ତାହା ସ୍ଥିର କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଜଷ୍ଟିସ ଦୀକ୍ଷିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ