ନୂଆଦିଲ୍ଲୀ: ସିଂଘୁ ବର୍ଡରରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ପଞ୍ଜାବ ଗାୟକ ଗୁଡ୍ ଲକ୍ । ଏହି ପଞ୍ଜାବୀ ଗାୟକ କାନାଡାରୁ ଦିଲ୍ଲୀରେ ପହଞ୍ଚିଛନ୍ତି । ପଞ୍ଜାବର ଗାୟକମାନେ ଲଗାତାର ଭାବେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ କରିଆସୁଛନ୍ତି ।
ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବୀ ସିଙ୍ଗର, ସିଙ୍ଘୁ ବର୍ଡରରେ ଗାଇଲେ ଗୀତ - ଆନ୍ଦୋଳନରତ କୃଷକଙ୍କ ପାଖରେ ସିଙ୍ଗର
ସିଂଘୁ ବର୍ଡରରେ ଆନ୍ଦୋଳନରତ କୃଷକଙ୍କ ପାଇଁ ଗୀତ ଗାଇବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ପଞ୍ଜାବୀ ସିଙ୍ଗର ଗୁଡ୍ ଲକ୍ । ଅଧିକ ପଢନ୍ତୁ...
ସିଂଘୁରେ ଆନ୍ଦୋଳନରତ କୃଷକଙ୍କ ପାଖରେ ପହଞ୍ଚିଲେ ପଞ୍ଜାବୀ ସିଙ୍ଗର
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଗାୟକ ଗୁଡ୍ ଲକ୍ ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥିସହ ସେ କୃଷକଙ୍କ ପାଇଁ ଏୟାରପୋର୍ଟରେ ରାପ୍ ଗାଇଛନ୍ତି । ତେବେ ଲଗାତାର ଭାବେ ପଞ୍ଜାବର ଛୋଟ ବଡ ଗାୟକ ଓ ଗୀତିକାର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ପାଖରେ ପହଞ୍ଚିଛନ୍ତି । ଏହାରି ମଧ୍ୟରେ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଗାୟକ ଗୁଡ ଲକ୍ । ଇଣ୍ଟରନେଟରେ ଲକ୍ଷ ଲକ୍ଷ ଫଲୋର୍ସ ଥିବା ଗୁଡ୍ ଲକ୍ ବର୍ତ୍ତମାନ କୃଷକଙ୍କ ପାଇଁ ଗୀତ ଗାଇବାକୁ 31 ଡିସେମ୍ବରରେ ଦିଲ୍ଲୀରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ