ଓଡିଶା

odisha

By

Published : Oct 23, 2022, 7:13 AM IST

ETV Bharat / bharat

Arunachal Chopper Crash: ୧୨ବର୍ଷରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଯାଇଛି ୬୨ ଜୀବନ

ଗତ (ଅକ୍ଟୋବର ୨୧)ରେ ଅରୁଣାଚଳପ୍ରଦେଶ ଇଟ୍ଟାନଗରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ୨୦୧୦ରୁ ୨୦୨୨ ମଧ୍ୟରେ ପ୍ରାୟ ୮ଟି ସେନା ହେଲିକପ୍ଟର ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଯାଇଛି ୬୨ ଜଣଙ୍କ ଜୀବନ । ଆସନ୍ତୁ ଜାଣିବା କେବେ ହେଲିକପ୍ଟର ଗୁଡ଼ିକ ଦୁର୍ଘଟଣାର ଶିକାର ହୋଇଛି ?

Arunachal Chopper Crash: ୧୨ବର୍ଷ ମଧ୍ୟରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଗଲାଣି ୬୨ ଜୀବନ
Arunachal Chopper Crash: ୧୨ବର୍ଷ ମଧ୍ୟରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଗଲାଣି ୬୨ ଜୀବନ

ଇଟ୍ଟାନଗର: ଅରୁଣାଚଳପ୍ରଦେଶ ନିକଟରେ ହୋଇଆସୁଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଏକ ରିପୋର୍ଟ ସାମନାକୁ ଆସିଛି । ଗତ ୧୨ ବର୍ଷ ମଧ୍ୟରେ ଅରୁଣାଚଳପ୍ରଦେଶର ଉତ୍ତରପୂର୍ବ ଅଞ୍ଚଳରେ ୮ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Chopper crash) ହୋଇଥିବା ବେଳେ ୬୨ ଜଣଙ୍କ ପ୍ରାଣହାନି ଘଟିଛି । ଏଥିରେ ୩ଟି ପୱନହନ୍ସ ହେଲିକପ୍ଟର ସହ ୫ଟି ଭାରତୀୟ ସେନା ଓ ବାୟୁସେନାର ହେଲିକପ୍ଟର ସାମିଲ ରହିଛି । ପ୍ରତିକୂଳ ପାଗ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ହେଲିକପ୍ଟର ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି ।

୧୨ବର୍ଷ ମଧ୍ୟରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ଉପରେ ଉଡୁଥିବା ହେଲିକପ୍ଟର ଗୁଡିକ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନଜିର ରହିଛି । ବାରମ୍ବାର ବଦଳୁଥିବା ପ୍ରତିକୂଳ ପାଗ ମଧ୍ୟ ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି । ଅନ୍ୟପଟେ ପ୍ରତ୍ୟେକ ଦୁର୍ଘଟଣା ପରେ ଏହାର କାରଣ ସାର୍ବଜନୀନ କରାଯାଇନାହିଁ ।

କେବେ ହୋଇଛି ଦୁର୍ଘଟଣା ?

୧୨ବର୍ଷ ମଧ୍ୟରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

- ନଭେମ୍ବର ୧୯, ୨୦୧୦ରେ ପଶ୍ଚିମ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଜିଲ୍ଲାର ସେନା ବ୍ରିଗେଡରୁ ଗୌହାଟୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ହେଲିକପ୍ଟର । ଏଥିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା ।

- ଏପ୍ରିଲ ୧୭, ୨୦୧୧ରେ ଗୌହାଟୀରୁ ତାୱାଙ୍ଗକୁ ଯାତ୍ରୀଙ୍କୁ ନେଇ ଯାଉଥିବା ପୱନହନ୍ସ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟ ଏବଂ ଦୁଇ ଶିଶୁଙ୍କ ସମେତ ୧୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

- ସେହି ମାସରେ ଭୟଙ୍କର ହେଲିକପ୍ଟର ଘଟିଥିଲା ଯାହାକି ବିଶ୍ବକୁ ଦୋହଲାଇ ଦେଇଥିଲା । ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡର୍ଜି ଖଣ୍ଡୁ (Dorjee Khandu)ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏପ୍ରିଲ ୩୦ ତାରିଖରେ ଏହି ଘଟଣା ଘଟିଥିଲା ।

- ଅଗଷ୍ଟ ୪, ୨୦୧୫ରେ ପୂର୍ବ ଅରୁଣାଚଳ ପ୍ରଦେଶର ତିରାପ ଜିଲ୍ଲାର ଖୁନସରରେ ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ କମଲେଶ ଯୋଶୀ ଏବଂ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

- ୨୦୧୭ରେ ଅରୁଣାଚଳ ପ୍ରଦେଶର ପପୁମପରେ ଜିଲ୍ଲାରେ ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

- ଅକ୍ଟୋବର ୬, ୨୦୧୭ରେ, ବାୟୁସେନା MI-17V5 ହେଲିକପ୍ଟର ତାୱାଙ୍ଗରୁ ଅବତରଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

- ଅକ୍ଟୋବର ୫, ୨୦୨୨ରେ ତାୱାଙ୍ଗ ଜିଲ୍ଲାର ଲୁମ୍ପୁ ନିକଟ ଭାରତ-ଚୀନ ସୀମାରେ ଥିବା ଜେମିଥାଙ୍ଗ ବ୍ରିଜ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୌରଭ ଯାଦବଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

- ଅକ୍ଟୋବର ୨୧, ୨୦୨୨ରେ ପୂର୍ବ ଅରୁଣାଚଳ ପ୍ରଦେଶର ଦକ୍ଷିଣ ଚିଆଙ୍ଗ ଜିଲ୍ଲାର ତୁଟିଙ୍ଗ ଠାରୁ ୨୫ କିଲୋମିଟର ଦୂରରେ ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ALH ଶୁକ୍ରବାର ଦିନ ପ୍ରାୟ ୧୦ଟା ୪୩ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫ଜଣ ସେନାଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details