ଓଡିଶା

odisha

ପ୍ରବଳ ବରଫପାତରେ ଫସିଲେ ୩୦୦ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଭାରତୀୟ ସେନା

By

Published : Dec 30, 2021, 7:59 AM IST

ସିକିମିର ଲାଚୁଙ୍ଗରେ ପ୍ରବଳ ବରଫପାତ ଯୋଗୁଁ ଫସିଲେ ପର୍ଯ୍ଯଟକ । ପ୍ରାୟ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଭାରତୀୟ ସେନା । ଅଧିକ ପଢନ୍ତୁ

DF
ପ୍ରବଳ ବରଫପାତ ଯୋଗୁଁ ଫସିଲେ ୩୦୦ ପର୍ଯ୍ୟଟକ, ରକ୍ଷା କଲେ ଭାରତୀୟ ସେନା

ଗ୍ୟାଙ୍ଗଟକ୍‌: ସିକିମର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଭାରି ବରଫପାତ । ଉତ୍ତର ସିକିମ ଲାଚୁଙ୍ଗରେ ପ୍ରବଳ ବରଫପାତ ହୋଇଛି । ଯେଉଁ କାରଣରୁ ଏଠାରେ ଅତିକମରେ ୩୦୦ ପର୍ଯ୍ୟଟକ ଫସି ରହିଥିଲେ । ବୁଧବାର ସମସ୍ତ ପର୍ଯ୍ୟଟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଉଦ୍ଧାର ପରେ ପର୍ଯ୍ୟଟକଙ୍କୁ ଚିକିତ୍ସା ସହ ଗରମ ଖାଦ୍ୟ ପ୍ରଦାନ କରାଯାଇଛି । ଏନେଇ ସେନା ବାହିନୀ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଶନିବାର ପୂର୍ବ ସିକିମ ଅନ୍ତର୍ଗତ ଚୀନ ସୀମା ନିକଟ ନାଥୁ ଲା ଅଞ୍ଚଳରେ ପ୍ରବଳ ବରଫପାତ ଯୋଗୁଁ ଫସିଥିବା ୧,୦୨୭ ଜଣ ପର୍ଯ୍ୟଟଙ୍କୁ ସେନା ରକ୍ଷା କରିଥିଲା । ଶନିବାର ଅପରାହ୍ନରେ ନାଥୁ ଲା(Nathu La), ସୁମଗୋ ହ୍ରଦ (Tsomgo Lake) ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା । ଯାହାଦ୍ବାରା ଏଠାରେ ତାପମାତ୍ର ଶୂନ୍ୟ ତଳକୁ ଖସିଆସିଥିଲା ।

@ANI

ABOUT THE AUTHOR

...view details