ଓଡିଶା

odisha

ETV Bharat / bharat

ଶିଖ ସମ୍ପ୍ରଦାୟର ଛାତ୍ରକୁ ସ୍କୁଲରେ ପଗଡି ପିନ୍ଧିବାକୁ ବାରଣ, ବରେଲିରେ ଉତ୍ତେଜନା

ବରେଲି ଜିଲ୍ଲାର ମିଶନାରୀ ଦ୍ୱାରା ପରିଚାଳିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପଢୁଥିବା ଶିଖ ଛାତ୍ରଙ୍କୁ ପଗଡି, କଡା ଓ କ୍ରିପାଡ ପିନ୍ଧିବାକୁ ବାରଣ କଲେ ପ୍ରିନ୍ସିପାଲ । ସ୍କୁଲରେ ପହଞ୍ଚି ବିରୋଧ ପ୍ରଦର୍ଶନ କଲେ ଶିଖ ସମ୍ପ୍ରଦାୟର ଶତାଧିକ ଲୋକ । ଅଧିକ ପଢନ୍ତୁ

By

Published : Jul 22, 2022, 1:00 PM IST

ଶିଖ ସମ୍ପ୍ରଦାୟର ଛାତ୍ରକୁ ପଗଡି ପିନ୍ଧିଯିବାକୁ ବାରଣ କଲେ ସ୍କୁଲ ପ୍ରନ୍ସିପାଲ, ଆନ୍ଦୋଳନ କଲେ ଅଭିଭାବକ
ଶିଖ ସମ୍ପ୍ରଦାୟର ଛାତ୍ରକୁ ପଗଡି ପିନ୍ଧିଯିବାକୁ ବାରଣ କଲେ ସ୍କୁଲ ପ୍ରନ୍ସିପାଲ, ଆନ୍ଦୋଳନ କଲେ ଅଭିଭାବକ

ଲକ୍ଷ୍ନୌ:ସ୍କୁଲକୁ ଧର୍ମ ସମ୍ବନ୍ଧୀୟ ପୋଷାକ ପିନ୍ଧି ଯାଇପାରିବେ ନାହିଁ ଛାତ୍ର । ସ୍କୁଲ ଡ୍ରେସ କୋଡ ପିନ୍ଧି ସ୍କୁଲ ଆସିବାକୁ ଶିଖ ଛାତ୍ରକୁ କହିଲେ ଶିକ୍ଷୟତ୍ରୀ । ଯାହାକୁ ନେଇ ଉପୁଜିଛି ବବାଦ । ବରେଲି ଜିଲ୍ଲାର ମିଶନାରୀ ଦ୍ୱାରା ପରିଚାଳିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପଢୁଥିବା ଶିଖ ଛାତ୍ରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ ପ୍ରିନ୍ସିପାଲ । ସ୍କୁଲକୁ ଆସିବାକୁ ହେଲେ ଶିଖ ଧର୍ମର ପଗଡି, କଡା ଓ କ୍ରିପାଡ ପିନ୍ଧିବାକୁ ବାରଣ କରାଯାଇଛି । ଯେଉଁ ମାନେ ଏହା ନମାନ୍ତି ସେମାନଙ୍କ ନାମ ସ୍କୁଲରୁ କଟାଯିବ ବୋଲି କହିଥିଲେ ପ୍ରିନ୍ସିପାଲ ।

ଏହା ଜାଣିବା ପରେ ଶିଖ ସମ୍ପ୍ରଦାୟର ଶତାଧିକ ଲୋକ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପିଲାଙ୍କୁ ଶିଖ ଧର୍ମର ପଗଡି, କାଢା ଓ କ୍ରିପାଡ ପନ୍ଧିକି ଆସିବାକୁ ବାରଣ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । କୌଣସି ପରିସ୍ଥିତିରେ ଏବାକୁ ବରଦାସ୍ତ କରାଯିବ ନାହିଁ । ଆନ୍ଦୋଳନ ତିବ୍ରତର ହେବାରୁ ଶେଷରେ ଶିଖ ସମ୍ପ୍ରଦାୟର ଲୋକଙ୍କ ନିକଟରେ କ୍ଷମା ମାଗିଥିଲେ ବିଦ୍ୟାଳୟର ପ୍ରିନ୍ସିପାଲ ଅନିରୋଜ ।

ଏନେଇ ଶିଖ ସମାଜ ସୋସାଇଟିର ଅଧ୍ୟକ୍ଷ ସତ୍ୟନ୍ତ ସିଂ ଚଢା କହିଛନ୍ତି ଯେ, ଶିଖ ସମ୍ପ୍ରଦାୟର ପିଲାଙ୍କୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅସଦାଚରଣ କରିଥିଲେ । ଆମର ଧାର୍ମିକ ପଗଡି, କଡା ଓ କ୍ରିପାଡକୁ ବନ୍ଦ କରିବାକୁ ଚେଷ୍ଟା କରାଗଲା । ଯେଉଁଥିରେ ଆଜି ଆମେ ସମସ୍ତେ ଆସି ସ୍କୁଲରେ ବିରୋଧ ପ୍ରଦର୍ଶନ କରିଥିଲୁ । ଏଥିସହିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପ୍ରିନ୍ସପାଲ୍ ଆନିରୋଜ କହିଛନ୍ତି ଯେ ସେ ଏପରି କିଛି କହି ନାହାନ୍ତି । ବସ୍‌ରେ ଏକ ଛୋଟ ପିଲା ଆହତ ହୋଇଥିବା ବେଳେ ଅଭିଭାବକମାନେ ଅଭିଯୋଗ କରିଥିଲେ । ସେ ପଗଡି, କଡା ଏବଂ କ୍ରିପାଦ ପିନ୍ଧି କାହାକୁ ଆସିବାକୁ ବାରଣ କରିନଥିଲେ ବୋଲି କହିଛନ୍ତି ।

ABOUT THE AUTHOR

...view details