ନୂଆଦିଲ୍ଲୀ: ମହାମାରୀ କୋରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ଟିକା । କୋରୋନାକୁ ମାତ ଦେବାକୁ ଦେଶରେ ଚାଲିଛି ବ୍ୟାପକ ଟୀକାକରଣ ଅଭିଯାନ । କୋରୋନାର ଦ୍ବିତୀୟ ଲହରୀ ପୂର୍ବରୁ 6 କୋଟି ଭ୍ୟାକ୍ସିନ ରପ୍ତାନୀ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏନେଇ ସୂଚନା ଦେଇଛନ୍ତି ସେରମ ସିଇଓ ଅଦାର ପୁନାୱାଲା ।
ଅଦାର ପୁନାୱାଲା କହିଛନ୍ତି, କୋରୋନାର ଦ୍ବିତୀୟ ଲହରୀ ପରେ ସମସ୍ତଙ୍କ ଧ୍ୟାନ ଭାରତ ଉପରେ ରହିଛି । ଇଣ୍ଡିଆ ଗ୍ଲୋବାଲ ଫୋରମରେ ଅଦାର ପୁନାୱାଲା କହିଛନ୍ତି, ଜିନିଷ ଭୁଲ ଦିଗରେ ଯାଇଛି । ବିଶ୍ବ ଆବଶ୍ୟକତାକୁ ପୁରା କରିବା ପାଇଁ କୋଟି କୋଟି ଡଲାରର ଭ୍ୟାକ୍ସିନର ଆବଶ୍ୟକତା ରହିଛି ।