ଓଡିଶା

odisha

ETV Bharat / bharat

ଓଡିଶାରୁ ଉତ୍ତରପ୍ରଦେଶକୁ ଅଳଙ୍କାର ଚାଲାଣ, ଜବତ କଲା ଛତିଶଗଡ ପୋଲିସ

ଛତିଶଗଡ ମହାସମୁନ୍ଦ ସିଂହୋଦା ପୋଲିସର ସଫଳତା । ଓଡିଶାରୁ ଉତ୍ତରପ୍ରଦେଶକୁ ରୂପା ଅଳଙ୍କାର ଚାଲାଣବେଳେ ଜବତ କଲା ଛତିଶଗଡ ପୋଲିସ । ପୋଲିସ ମୋଟ 235 କେଜି ରୂପା ଇଟା ସହ 8 କେଜି ରୂପା ଅଳଙ୍କାର । ଯାହାର ଆନୁମାନିକ ମୂଲ୍ୟ 1 କୋଟି 76 ଲକ୍ଷ 5 ହଜାର ଟଙ୍କା ହେବ । ଅଧିକ ପଢନ୍ତୁ...

Sighoda Police of Mahasamund
ଓଡିଶାରୁ ଉତ୍ତରପ୍ରଦେଶ ରୂପା ଅଳଙ୍କାର ଚାଲାଣବେଳେ ଜବତ କଲା ଛତିଶଗଡ ପୋଲିସ

By

Published : Jun 30, 2021, 6:48 AM IST

Updated : Jun 30, 2021, 11:58 AM IST

ରାୟପୁର: ଛତିଶଗଡ ମହାସମୁନ୍ଦ ସିଂହୋଦା ପୋଲିସର ସଫଳତା । ଓଡିଶାରୁ ଉତ୍ତରପ୍ରଦେଶକୁ ରୂପା ଅଳଙ୍କାର ଚାଲାଣବେଳେ ଜବତ କଲା ଛତିଶଗଡ ପୋଲିସ । ବିପୁଳ ପରିମାଣରେ ରୂପା ଇଟା ଓ ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଛି । ପାଖାପାଖି ଏକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଜବତ କରିଛି ପୋଲିସ । କାର ସହ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।

ଓଡିଶାରୁ ଉତ୍ତରପ୍ରଦେଶକୁ ଅଳଙ୍କାର ଚାଲାଣ, ଜବତ କଲା ଛତିଶଗଡ ପୋଲିସ

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଦୁଇଜଣ ବ୍ୟକ୍ତି ଗୌରବ ଶଲ୍ୟା ଓ ସଞ୍ଜୟ ଖାନ ଏକ ଧଳା ରଙ୍ଗର କାରରେ ଓଡିଶାରୁ ବିପୁଳ ମାତ୍ରାରେ ରୂପା ଅଳଙ୍କାର ଚାଲାଣକରି ନେଇଥିଲେ । ଜାତୀୟ ରାଜପଥ 58ରେ ଯାଉଥିବାବେଳେ ଛତିଶଗଡର ମହାସମୁନ୍ଦ ସିଂହୋଦା ପୋଲିସ କବଜାରେ ପଡିଥିଲେ। ସେଠାରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରା ଉଚୁରା ବେଳେ ଦୁହେଁ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ କାରକୁ ତଲାସ କରିଥିବାବେଳେ କାର ଭିତରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ରୂପା ଅଳଙ୍କାର ସହ ରୂପା ଇଟା ଜବତ କରିଛି । ପୋଲିସ ମୋଟ 235 କେଜି ରୂପା ଇଟା ଜବତ କରିଛି । ସେହିପରି 8 କେଜି ରୂପା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ 1 କୋଟି 76 ଲକ୍ଷ 5 ହଜାର ଟଙ୍କା ହେବ । ଏହା ସହ ନଗଦ 5 ଲକ୍ଷ 78 ହଜାର 900 ଟଙ୍କା ଜବତ କରାଯାଇଛି ।

ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଏତେମାତ୍ରାରେ ଅଳଙ୍କାର ଜବତ କରିବା ପରେ ପୋଲିସ କାଗଜପତ୍ର ମାଗିଥିଲା କିନ୍ତୁ ସେମାନେ ଦେଖାଇପାରିନଥିଲେ । ପୋଲିସ ଗିରଫ ଦୁଇ ଜଣଙ୍କୁ ନେଇ କୋର୍ଟ ଚାଲାଣ କରିଛି । ଓଡିଶାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣରେ ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 30, 2021, 11:58 AM IST

ABOUT THE AUTHOR

...view details