ଓଡିଶା

odisha

ETV Bharat / bharat

Sidhu Moosewala Murder: ହିଷ୍ଟ୍ରିସିଟର ଆର୍ଶଦ ଅଲୀ ଗିରଫ - ସିଦ୍ଧୁ ହତ୍ୟା ଘଟଣାରେ ଆଉ ଜଣେ ଗିରଫ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣା । ଆଉ ଜଣେ ଅଭିଯୁକ୍ତ ହିଷ୍ଟ୍ରିସିଟର ଆର୍ଶଦ ଅଲୀକୁ ଗିରଫ ଗିରଫ କଲା ପଞ୍ଜାବ ପୋଲିସ । ଅଧିକ ପଢନ୍ତୁ

Sidhu Moosewala Murder: ଜେଲ୍‌ରୁ ଆଉ ଜଣଙ୍କୁ ଗିରଫ କଲା ପଞ୍ଜାବ ପୋଲିସ
Sidhu Moosewala Murder: ଜେଲ୍‌ରୁ ଆଉ ଜଣଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

By

Published : Aug 2, 2022, 2:03 PM IST

ଜୟପୁର:ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପଞ୍ଜାବ ପୋଲିସ । ହିଷ୍ଟ୍ରିସିଟର ବା ଅଧିକ କ୍ରିମିନାଲ ରେକର୍ଡ ଥିବା (History sheeter Arshad Ali arrested) ଅଭିଯୁକ୍ତ ଆର୍ଶଦ ଅଲୀକୁ ରାଜସ୍ଥାନର ଚୁରୁ ଜିଲ୍ଲାରୁ ଗିରଫ କରାଯାଇଛି । ପୋଲିସ ଅର୍ଶଦ୍ଦକୁ ପ୍ରଡକ୍ସନ ୱାରେଣ୍ଟରେ ଗିରଫ କରିଛି ।

ଏହି ହତ୍ୟାକାଣ୍ଡରେ ଅର୍ଶଦ୍ଦର ଭୂମିକା ସନ୍ଦିଗ୍ଧ ବୋଲି କୁହାଯାଉଛି । ଏହି ଅଭିଯୁକ୍ତ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରହିଛି । ଗତ ମେ ୨୦୨୨ରେ ଏହାର ହିଷ୍ଟ୍ରିସିଟ୍‌ ଖୋଲାଯାଇଥିଲା । ଚୁରୁ ଜିଲ୍ଲାରେ ପଞ୍ଜାବ ମାନସା ପୋଲିସ ଥାନାର ସିଆଇ ଜୋଗେନ୍ଦ୍ରପାଲ ସିଂ, ସବଇନ୍ସପେକ୍ଟର ଦିଲ୍ଲୀପ ସିଂ, ASI ପାଲ ସିଂ ଓ ଅମରଜିତ ସିଂ, ହେଡ କନଷ୍ଟେବଳ ମଞ୍ଜିତ ସିଂଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଅର୍ଶଦ୍ଦକୁ କଡ଼ା ସୁରକ୍ଷା ମଧ୍ୟରେ ନିଜ ସାଥୀରେ ଆଣି ପଞ୍ଜାବରେ ପହଞ୍ଚିଛନ୍ତି ।

ଏ ନେଇ SP ଦିଙ୍ଗତ ଆନନ୍ଦ କହିଛନ୍ତି ଯେ, "ଏହି ହତ୍ୟାକାଣ୍ଡରେ ଅର୍ଶଦ୍ଦ ଅଲ୍ଲୀର ଭୂମିକା ସନ୍ଦିଗ୍ଧ ରହିଛି । ଦେଢ ମାସ ପୂର୍ବରୁ ପୋଲିସ ସରଦାର ସହର ଆସିଥିଲା । ଏଠାରେ ପୋଲିସ ଏକ ଘରେ ଛାପା ମାରିଥିଲା । "ଏହି ଘଟଣାର ତଦନ୍ତ ପରିସରଭୁକ୍ତ ଥିବାରୁ ପୋଲିସ ଏ ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲେରୋରେ ଥିବା ଅଭିଯୁକ୍ତମାନେ ଅର୍ଶଦ୍ଦ ସହିତ ଜଡ଼ିତ । ଏହି ଗାଡ଼ିଟି ଗତ ଫେବୃଆରୀ ଫତେହପୁର ନିବାସୀ ଆଦିତ୍ୟଠାରୁ କ୍ରୟ ହୋଇଥିଲା ।

ଏହାକୁ ହାର୍ଡକୋର ଅପରାଧୀ ରୋହିତ ଗୋଦାରା ପରବର୍ତ୍ତୀ ସମୟରେ କିଣିଥିଲା । ଏହାପରେ ସରଦାର ସହରରୁ ବୋଲେରୋଟି ଫତେହବାଦ ରାସ୍ତା ଦେଇ ପଞ୍ଜାବରେ ପହଞ୍ଚିଥିଲା । ଏହି ଗାଡ଼ିରେ ଅଭିଯୁକ୍ତମାନେ ବସି ପଞ୍ଜାବର ଲୋକପ୍ରିୟ ଗାୟକଙ୍କୁ ହତ୍ୟା କରିଥିଲେ । ତେବେ ସୂଚନା ଥାଉ କି ଗତ ମେ ୨୯ ତାରିଖରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା ।

ABOUT THE AUTHOR

...view details