ଓଡିଶା

odisha

ETV Bharat / bharat

ଚଣ୍ଡିଗଡରେ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର - ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ମୁସେଓ୍ବାଲାଙ୍କ ପରିବାର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର । ଚଣ୍ଡିଗଡରେ ହେଲା ଆଲୋଚନା । ଅଧିକ ପଢନ୍ତୁ

ଚଣ୍ଡିଗଡରେ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର
ଚଣ୍ଡିଗଡରେ ଗୃହମନ୍ତ୍ରୀ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର

By

Published : Jun 4, 2022, 5:29 PM IST

ଚଣ୍ଡିଗଡ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ନିର୍ମମ ହତ୍ୟାକାଣ୍ଡ ଶିକାର ହୋଇଥିବା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର ସଦସ୍ୟ । ଆଜି ଅପରାହ୍ନରେ ମୃତ ସିଦ୍ଧୁଙ୍କ ପରିବାର ଚଣ୍ଡିଗଡରେ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବାବେଳେ ପଞ୍ଜାବରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ମଧ୍ୟ ମାନ ସରକାରଙ୍କ ବିଫଳତାକୁ ଦର୍ଶାଇ କେନ୍ଦ୍ରୀୟ ହସ୍ତକ୍ଷେପ ଦାବି କରିଆସୁଛି ।

ଗତ ରହିବାର (29 ତାରିଖ) ଅପରାହ୍ନରେ ସିଦ୍ଧୁଙ୍କୁ ଅତି ନିକଟରୁ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ମୁଖ୍ୟ ହତ୍ୟାକାରୀ ବା ସୁଟରଙ୍କ ନିକଟରେ ପୋଲିସ ପହଞ୍ଚି ପାରିନାହିଁ । ହତ୍ୟାକାଣ୍ଡର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ପୂର୍ବ ଶତ୍ରୁତା ଜନିତ ଗ୍ୟାଙ୍ଗଓ୍ବାର ବୋଲି ସନ୍ଦେହ କରାଯାଉଛି ।

ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ପୋଲିସର ଏକାଧିକ ଟିମ ଏହି ହାଇପ୍ରୋଫାଇଲ ମର୍ଡର କେସର ତଦନ୍ତ ଜାରି ରଖିଛନ୍ତି । ତେବେ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନ ମଧ୍ୟ ମୃତ ସିଦ୍ଧୁଙ୍କ ପରିବାରକୁ ଭେଟି ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ସିଦ୍ଧୁଙ୍କ ପରିବାର ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details