ହାଇଦ୍ରାବାଦ: ଲୋକପ୍ରିୟ ପଞ୍ଜାବ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗତକାଲି(ରବିବାର) ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଗୁଳି କରି ହତ୍ୟା କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଏକ ବଡ କଥା ହେଉଛି, ତାଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପଞ୍ଜାବର ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ । କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଅଂଶବିଶେଷ ପଦାକୁ ଆସିଛି । ଯାହା ଶୁଣିଲେ ଯେ କେହି ବି ହେଉ, ତାଙ୍କ ଆଖି ଜକେଇ ଆସିବ ।
ଏହା ବି ପଢନ୍ତୁ:Moosewala's Murder Case: CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା
ସିଦ୍ଧୁ ନଭେମ୍ବରରେ ନିଜ ମହିଳା ବନ୍ଧୁଙ୍କୁ ପ୍ରେମ ବିବାହ କରିଥାଆନ୍ତେ । ମାସ ମଧ୍ୟ ନିଷ୍ପତ୍ତି ହୋଇସାରିଥିଲା । ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର । ୬ ମାସ ପୂର୍ବରୁ ହିଁ ସିଦ୍ଧୁ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି । ଏଥିପାଇଁ ସିଦ୍ଧୁଙ୍କ ଘରେ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା । ସିଦ୍ଧୁ ନିଜ ପାଇଁ ଝିଅ ମଧ୍ୟ ପସନ୍ଦ କରି ରଖିଥିଲେ । ବିଶ୍ବ ସାରା ସିଦ୍ଧୁଙ୍କର ଲକ୍ଷାଧିକ ଫ୍ୟାନ୍ସ ଓ ପ୍ରଶଂସକ ଅଛନ୍ତି । ହତ୍ୟାକାଣ୍ଡ ଘଟଣା ପରେ ଯେମିତି ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ଫ୍ୟାନ୍ସ ଏକ ପ୍ରକାର ନିରବ ହୋଇଯାଇଛନ୍ତି ।
ଏହା ବି ପଢନ୍ତୁ:Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?