ଓଡିଶା

odisha

ETV Bharat / bharat

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ନବଜୋତ ସିଂ ସିଦ୍ଧୁ ! - କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ନବଜୋତ ସିଂ ସିଦ୍ଧୁ !
ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ନବଜୋତ ସିଂ ସିଦ୍ଧୁ !

By

Published : Sep 19, 2021, 2:37 PM IST

ଚଣ୍ଡିଗଡ଼:ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ଦାୟିତ୍ବରେ ଥିବା ହରିଶ ରାୱତ ଏବଂ ଦିଲ୍ଲୀରୁ ଏଠାକୁ ଆସିଥିବା ଦଳର ପର୍ଯ୍ୟବେକ୍ଷକଙ୍କୁ CLP ବୈଠକ ଡାକିବା ପାଇଁ ଲଗାତାର ଭାବେ ଚାପ ପକାଉଛନ୍ତି । କିନ୍ତୁ ନେତାମାନେ ଏହାକୁ ଅସ୍ବୀକାର କରୁଛନ୍ତି । ଏଣୁ ସିଦ୍ଧୁ ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।

କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ସିଦ୍ଧୁଙ୍କୁ ଆଦୌ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ ବୋଲି ବୟାନ ଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା କେନ୍ଦ୍ରୀୟ ନେତୃତ୍ବଙ୍କ ପାଇଁ ସହଜ ନୁହେଁ। ଦଳ ଅନ୍ୟ କିଛି ବିକଳ୍ପ ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । କାରଣ ଦଳର ହାଇକମାଣ୍ଡ ଜାଣିଛନ୍ତି ଯେ କ୍ୟାପଟେନଙ୍କ ଏହି ବୟାନ ପରେ ଯଦି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ଦଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଦଳର ଉନ୍ନତି ପରିବର୍ତ୍ତେ ପରିସ୍ଥିତି ଆହୁରି ଜଟିଳ ହେବ।

ସେପଟେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦଳ ମନୋନୀତ କରିସାରିଛି । କଂଗ୍ରେସ ଅମ୍ବିକା ସୋନିଙ୍କୁ ଏହି ଦାୟିତ୍ବ ଦେଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ମନା କରିଛନ୍ତି । ଅମ୍ବିକାଙ୍କ ରାଜନୈତିକ ଜୀବନ ବହୁତ ଲମ୍ବା ଥିବାରୁ ତାଙ୍କୁ ଦଳ ଏହି ଦାୟିତ୍ବ ଦେଇଥିଲା । ସେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ସଞ୍ଜୟ ଗାନ୍ଧୀଙ୍କ ସହିତ ମଧ୍ୟ କାମ କରିଛନ୍ତି । କିନ୍ତୁ ସେ ମନା କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅମ୍ବିକା ମୁଖ୍ୟମନ୍ତ୍ରୀ ହେବା ପାଇଁ ମନା କରିବା ପରେ କୌଣସି ଶିଖଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details