ଭୋପାଳ: ପ୍ରତିଭାର ଅନ୍ୟ ନାମ ଆରାଧ୍ୟ ତିଓ୍ବାରୀ । ଯାହାଙ୍କୁ ଏବେ ଛୋଟ କୌଟିଲ୍ୟଙ୍କ ଆଖ୍ୟା ଦିଆଯାଇଛି । ବୟସ ମାତ୍ର ୬ ବର୍ଷ, ଏତେ କମ ବୟସରେ ସେ ଅନର୍ଗଳ ଶ୍ଲୋକ ଉଚ୍ଚାରଣ କରି ଏହି ନୂଆ ପରିଚୟ ପାଇଛନ୍ତି । ଜନ୍ମରୁ ସେ ଦିବ୍ୟଙ୍ଗ ହୋଇଥିଲେ ମଧ୍ୟ ଆରାଧ୍ୟଙ୍କ ମନୋବଳ ଦୁର୍ବଳ ନୁହଁ ବରଂ ସେ ଜିଜ୍ଞାସୀ । ଯେଉଁଥି ପାଇଁ କମ ବୟସରେ ସେ ସଂସ୍କୃତ ଭାଷାରେ ୪ଶହ ଶ୍ଲୋକ ମନେ ରଖିଛନ୍ତି । ଖାଲି ଏତିକି ନୁହେଁ, ସେ ବୟସରେ ଛୋଟ ହୋଇଥିଲେ ମଧ୍ୟ ବଡବଡ ପିଲାଙ୍କୁ ସ୍କୁଲରେ ସଂସ୍କୃତ ପାଠ ପଢାଉଛନ୍ତି ।
ବିସ୍ମୟ ବାଳକ ଆରାଧ୍ୟ, ୬ ବର୍ଷ ବୟସରେ ମନେ ରଖିଛନ୍ତି ୪ଶହ ଶ୍ଲୋକ ଜନ୍ମରୁ ଦିବ୍ୟାଙ୍ଗ ଆରାଧ୍ୟ
ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆରାଧ୍ୟଙ୍କ ଘର । ତାଙ୍କୁ ଜିଲ୍ଲାର କୌଟଲ୍ୟ ବୋଲି କୁହାଯାଏ । ୨୦୧୫ ଜୁନ୍ ୧୫ ତାରିଖରେ ସେ ଫୁଲବାରୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମରୁ ଆରାଧ୍ୟଙ୍କ ଦୁଇ ଗୋଡ ଅକ୍ଷମ ହୋଇଯାଇଥିଲା । ଆରାଧ୍ୟ ବାରଣାସୀର ବାସିନ୍ଦା ହୋଇଥିବା ବେଳେ ପିତା ଭାସ୍କର ତିଓ୍ବାରୀ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି । ସେ ପିତା ମାତାଙ୍କର ଏକମାତ୍ର ସନ୍ତାନ ।
ସଂସ୍କୃତ ଶ୍ଲୋକ ପ୍ରତି ଆକୃଷ୍ଟ ହୋଇଥିଲେ ଆରାଧ୍ୟ
ଆରମ୍ଭରୁ ସନାତନ ଧର୍ମ ଏବଂ ସଂସ୍କୃତ ପ୍ରତି ଆରାଧ୍ୟଙ୍କର ଏକ ବିଶେଷ ଆଗ୍ରହ ରହିଥିଲା । ତେଣୁ ପିତା ପୂଜା ପାଠ କରିବା ସମୟରେ ସେ ଆରାଧ୍ୟଙ୍କୁ ମଧ୍ୟ ସଂସ୍କୃତ ଶ୍ଲୋକ ଶିଖାଇଥିଲେ । ଫଳରେ କମ ବୟସରେ ସେ ଗଣେଷ ବନ୍ଦନା ସହିତ ସଂସ୍କୃତର ୪ଶହ ଶ୍ଲୋକ ମନେ ରଖି ଏବେ ଅନର୍ଗଳ ଉଚ୍ଚାରଣ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ-14 ମାସରୁ କମାଲ, ଦେଶ ନାଁ ଶୁଣି ଚିହ୍ନୁଛନ୍ତି ଜାତୀୟ ପତାକା
ଏବେ ଆରାଧ୍ୟ ଏପରି ଶ୍ଲୋକ ଉଚ୍ଚାରଣ କରୁଛନ୍ତି ଯେ , ଯେ କେହିବି ଦେଖିବ ତାଜୁବ ହୋଇଯିବ । ଆରାଧ୍ୟଙ୍କ ଶ୍ଲୋକ ଉଚ୍ଚାରଣ ଦେଖିଲେ ଲାଗେ ଯେମିତି କେହି ବିଦ୍ବାନ ପଣ୍ଡିତ ଶ୍ଲୋକ ଉଚ୍ଚାରଣ କରୁଛନ୍ତି । ବିଚକ୍ଷଣ ପ୍ରତିଭାର ଏହି ଛୋଟ କୈଟଲ୍ୟଙ୍କ ମାମୁଁ କହିଛନ୍ତି ଯେ, "ଆରାଧ୍ୟ ତାଙ୍କ ପିତା ମାତାଙ୍କ ମାର୍ଗଦର୍ଶନରେ ଏସବୁ ଶିଖିଛନ୍ତି, ଯାହା ତାଙ୍କୁ ଏବେ ନୂଆ ପରିଚୟ ଦେଇଛି ।" ଆରାଧ୍ୟ ଫୁଲୱାରୀ ଗାଁରେ ରହୁଥିବା ବେଳେ ତାଙ୍କ ଦାଦା ମୁଦ୍ରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି । ଆରାଧ୍ୟ ସେଠାରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ