ଭୋପାଲ:ମଧ୍ୟପ୍ରଦେଶ ସିଦ୍ଧି ବସ୍ ଦୁର୍ଘଟଣାରେ ଏବେ ସୁଦ୍ଧା 51 ଜଣ ପ୍ରାଣ ହରାଇଥିବାବେଳେ ପରିବହନ ବିଭାଗର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଏହାସହ ମୁଖ୍ୟମନ୍ତ୍ରୀ ସିଦ୍ଧି ସଡକ ପଥ ଓ ଚୁହିଆ ଘାଟି ଯଥାଶୀଘ୍ର ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାଧିକାରୀଙ୍କୁ ଉକ୍ତ ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ ନେଇ ମଧ୍ୟ ନିର୍ଦେଶ ଦେଇଥିବା ଜଣାପଡିଛି ।
ସିଦ୍ଧି ବସ୍ ଦୁର୍ଘଟଣା ସଂପର୍କରେ ବୁଧବାର ଦିନ ସିଡି ପୋଲିସ ବସ୍ ଡ୍ରାଇଭରକୁ ଗିରଫ କରିଛି । ସତନାର ପୋଲିସ ଅଧୀକ୍ଷକ ଧରମବୀର ସିଂ ଯାଦବ କହିଛନ୍ତି, ବସ୍ ଡ୍ରାଇଭରକୁ ସତନା ପୋଲିସ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ସିଦ୍ଧିକୁ ଅଣାଯାଇଥିଲା।