ଓଡିଶା

odisha

ETV Bharat / bharat

Karnataka Cabinet Expansion: ସିଦ୍ଧରମୈୟାଙ୍କ ହାତରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ, ଡିକେଙ୍କୁ ମାତ୍ର 2 ବିଭାଗ ! - କର୍ଣ୍ଣାଟକ କଂଗ୍ରେସ ସରକାର

ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ଅଧୀନରେ ରଖିପାରନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀଙ୍କୁ ଡି.କେଙ୍କୁ ଜଳସେଚନ ଓ ବେଙ୍ଗାଲୁରୁ ଉନ୍ନୟନ ବିଭାଗ ମିଳିବା ନେଇ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

Karnataka cabinet expansion: ସିଦ୍ଧରମୈୟାଙ୍କ ହାତରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ, ଡିକେଙ୍କୁ ମାତ୍ର 2 !
Karnataka cabinet expansion: ସିଦ୍ଧରମୈୟାଙ୍କ ହାତରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ, ଡିକେଙ୍କୁ ମାତ୍ର 2 !

By

Published : May 27, 2023, 8:22 PM IST

ବେଙ୍ଗାଲୁରୁ:ଆଜି କର୍ଣ୍ଣାଟକରେ ସିଦ୍ଧରମୈୟା ସରକାରର ପ୍ରଥମ ସମ୍ପ୍ରସାରଣ ହୋଇଛି । ଏଥିରେ 24 ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜେ ଏକାଧିକ ପ୍ରମୁଖ ବିଭାଗ ନିଜ ଅଧୀନରେ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ମାତ୍ର ଦୁଇଟି ବିଭାଗ ମିଳିବାକୁ ଯାଉଥିବା ସୂତ୍ରରୁ ସୂଚନା ମିଳିଛି । ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ନେଇ ସରକାରୀ ଭାବେ ଏପର୍ଯ୍ୟନ୍ତ କିଛି ପ୍ରକାଶ କରାଯାଇନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଧୀନରେ ଅର୍ଥ, କ୍ୟାବିନେଟ ବ୍ୟାପାର, ଅମଲାତନ୍ତ୍ର ଓ ଗୁଇନ୍ଦା ପରି ଏକାଧିକ ପ୍ରମୁଖ ବିଭାଗ ରହିବ । ସେହିପରି ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଅଧୀନରେ ଜଳସେଚନ ଓ ବେଙ୍ଗାଲୁରୁ ଉନ୍ନୟନ ବିଭାଗ ରହିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା ଓ ପରେ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହୋଇଥିବା ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ନେଇ ଅନୁମାନ କରାଯାଉଥିଲା । ହେଲେ ସମ୍ପ୍ରସାରଣ ପରେ ବିପରୀତ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ସୂତ୍ର କହୁଛି । ଗୃହ କିମ୍ବା ଅର୍ଥ ପରି ବଡ ବିଭାଗ ଶିବକୁମାରଙ୍କ ଅଧୀନକୁ ଯାଉନଥିବା ଆଭାସ ମିଳିଛି । ସଂଧ୍ୟା ସୁଦ୍ଧା ସରକାରୀ ଭାବେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ନେଇ ଘୋଷଣା କରାଯାଇପାରେ ।

ଚଳିତମାସ 20 ତାରିଖରେ ପ୍ରଥମେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହ 10 ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଜି କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣରେ ଆଉ 24 ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଆଜିକୁ ମିଶାଇ ସିଦ୍ଧରମୈୟାଙ୍କ ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା 34 ରେ ପହଞ୍ଚିଛି । ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲୋଟ ୨୪ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନଙ୍କ ମଧ୍ୟରେ, ଦିନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବଇରି ଗୌଡା, ଇଶ୍ବର ଖନ୍ଦ୍ରେ, ରହିମ ଖାନ, ସନ୍ତୋଷ ଲାଡ, କେଏନ ରାଜନ୍ନା, କେ.ଭେଙ୍କଟେଶ, ଏଚ.ସି ମହାଦେବପ୍ପା, ବୈରାଠୀ ସୁରେଶ, ଶିବରାଜ ଟଙ୍ଗଡି, ଆର.ବି ଟିମପୁର, ବି ନଗେନ୍ଦ୍ର, ଲକ୍ଷ୍ମୀ ହେବ୍ବାଲକର, ମଧୁ ବାଙ୍ଗରପ୍ପା, ଡି.ସୁଧାକର, ଚେଲୁଭରାୟା ସ୍ବାମୀ, ମଙ୍କୁଲ ବୈଦ୍ୟ ଏବଂ ଏମସି ସୁଧାକର ରହିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମନ୍ତ୍ରୀମଣ୍ଡଳରେ ୮ ଜଣ ଲିଙ୍ଗାୟତ ଓ ୬ ଜଣ ଭୋକ୍କାଲିଗା ନେତାଙ୍କୁ ସାମିଲ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀପଦ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details