ଓଡିଶା

odisha

By ETV Bharat Odisha Team

Published : Dec 22, 2023, 6:11 PM IST

ETV Bharat / bharat

ଦାମି ଚାଟାର୍ଡ ବିମାନ ବିବାଦ: ଜବାବ ଦେଲେ ସିଦ୍ଧରମୈୟା, ପ୍ରଧାନମନ୍ତ୍ରୀ କେଉଁଥିରେ ଯା'ନ୍ତି ?

Karnataka luxury jet row: ଦାମି ଚାଟାର୍ଡ ବିମାନ ବିବାଦକୁ ନେଇ ମୁହଁ ଖୋଲିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କହିଲେ ପ୍ରଧାନମନ୍ତ୍ରୀ କେଉଁଥିରେ ଯାତ୍ରା କରନ୍ତି ? ଅଧିକ ପଢନ୍ତୁ

Karnataka luxury jet row
Karnataka luxury jet row

ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କ୍ୟାବିନେଟ ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କ ସହିତ ଏକ ବିଳାସପୂର୍ଣ୍ଣ ଚାଟାର୍ଡ ବିମାନରେ ଯାତ୍ରା କରିବା ଭିଡିଓ ଖୁବ ଭାଇରାଲ ହେଉଛି । ଏହାକୁ ନେଇ ବିଜେପି କଂଗ୍ରେସ ସରକାରକୁ ଟାର୍ଗେଟ କରିଛି । କଂଗ୍ରେସର ନେତା ମନ୍ତ୍ରୀମାନେ ଜନତାଙ୍କ ଟଙ୍କାରେ ବିଳାସମୟ ଜୀବନ ଜିଉଁଥିବା ବିଜେପି ଅଭିଯୋଗ ଆଣିବା ପରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ୬ ଆସନ ବିଶିଷ୍ଟ ବିମାନରେ ଏକାକୀ ଯାତ୍ରା କରନ୍ତି ବୋଲି କହିଛନ୍ତି ସିଦ୍ଧରମୈୟା ।

ଏହି ଦାମି ବିମାନ ସମ୍ପର୍କରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ବିଜେପି ନେତାମାନଙ୍କୁ ପ୍ରଶ୍ନ କରିବା ଦରକାର ପ୍ରଧାନମନ୍ତ୍ରୀ ମୋଦି କେଉଁଥିରେ ଯାତ୍ରା କରନ୍ତି ? ପ୍ରଧାନମନ୍ତ୍ରୀ ମୋଦି ୬ ଆସନ ବିଶିଷ୍ଟ ବିମାନରେ ଏକାକୀ ଯାତ୍ରା କରନ୍ତି ।" ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ୍ସ ସାଇଟରେ ସିଦ୍ଧରମୈୟାଙ୍କ ଭିଡିଓକୁ ପୋଷ୍ଟ କରିଥିଲେ । ଏହାପରେ ଭିଡିଓଟି ଖୁବ ଭାଇରାଲ ହୋଇଥିଲା । ଅମିତ ଅଭିଯୋଗ କରି କହିଥିଲେ," କଂଗ୍ରେସ 'ଡୋନେଟ ଫର ଦେଶ' ଅଭିଯାନ ଆରମ୍ଭ କରି ଦେଶବାସୀଙ୍କୁ ଟଙ୍କା ମାଗୁଛି । ହେଲେ ଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଘରୋଇ ବିମାନରେ ଯାତ୍ରୀ କରୁଛନ୍ତି । ଏପରିକି ଇଣ୍ଡିଆ ମେଣ୍ଟ ସମୟରେ ନେତାମାନଙ୍କୁ ସିଙ୍ଗଡା ଭି ପରଷାଯାଉନାହିଁ । "

ଏହା ବି ପଢନ୍ତୁ- Karnataka: କୃଷି ମନ୍ତ୍ରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, CID ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅମିତ ମାଲବ୍ୟ ଆହୁରି କହିଥିଲେ, "କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଜମିର ଅହମ୍ମଦ ଖାନ ଘରୋଇ ଜେଟରେ ଯାତ୍ରା କରିବା ସମୟର ଫଟୋ ସେୟାର କରୁଛନ୍ତି । କର୍ଣ୍ଣାଟକ ଲୋକେ ମିସ ଗଭର୍ନାନ୍ସ ଅଧୀନରେ ଶାସିତ ହେଉଥିବା ବେଳେ କଂଗ୍ରେସ ଲୁଟ୍‌ କରିବା ଜାରି ରଖିଛି ।" ସେପଟେ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବି. ୱାଇ ବିଜେନ୍ଦ୍ର କହିଛନ୍ତି, " କର୍ଣ୍ଣାଟକରେ ଏବେ ମରୁଡି ପଡ଼ିଥିବା ବେଳେ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି । କମ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ଅଛନ୍ତି । ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କ ଟଙ୍କାରେ ବିଳାସମୟ ଜୀବନ ଯାପନ କରୁଛନ୍ତି । କଂଗ୍ରେସର ନେତାମାନଙ୍କ ଲାଗି ଲୋକଙ୍କ ଋଣ ଟଙ୍କାକୁ ଲୁଟିବା ବେଶ ସହଜ । ଏହା ନିନ୍ଦାଜନକ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details