ଓଡିଶା

odisha

ETV Bharat / bharat

ସାପକାମୁଡ଼ାରେ ଚାଲିଗଲା ତିନି ଭାଇ ଭଉଣୀଙ୍କ ଜୀବନ - ସାପକାମୁଡ଼ାରେ ଚାଲିଗଲା ତିନି ଭାଇଭଉଣୀଙ୍କ ଜୀବନ

ଏମିତି ବି ଆସେ ମୃତ୍ୟୁ । ସାପ କାମୁଡ଼ାରେ ଚାଲିଗଲା ତିନି ଭାଇ ଭଉଣୀଙ୍କ ଜୀବନ । ଅନ୍ୟ ଜଣେ ଭଭଣୀର ସ୍ବାସ୍ଥ୍ୟବସ୍ଥା ଗୁରୁତର । ଅଧିକ ପଢ଼ନ୍ତୁ

four siblings bitten by snake in banda
ସାପକାମୁଡ଼ାରେ ଚାଲିଗଲା ତିନି ଭାଇ ଭଉଣୀଙ୍କ ଜୀବନ

By

Published : Aug 8, 2022, 10:21 PM IST

ଲକ୍ଷ୍ନୌ:ମୃତ୍ୟୁ କେମିତି ଓ କେତେବେଳେ ଆସେ ତାହା ଜାଣିବା ଅସମ୍ଭବ । ସାପ କାମୁଡ଼ାରେ ଚାଲିଗଲା ତିନି ଭାଇ ଭଉଣୀଙ୍କ ଜୀବନ । ଉତ୍ତରପ୍ରଦେଶ ବୃନ୍ଦା ଜିଲ୍ଲାର ଜ୍ୟୋତି ନଗର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଘରେ ଶୋଇଥିବା ସମୟରେ ୪ ଭାଇଭଉଣୀଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରବିବାର ଜ୍ୟୋତି ନଗରର କାମତା ପ୍ରସାଦଙ୍କ ୪ଜଣ ସନ୍ତାନ ଦୀକ୍ଷା, ରଚନା, ରକ୍ଷା ଏବଂ ଅମନ ରବିବାର ରାତିରେ ଗୋଟିଏ ଖଟରେ ଶୋଇଥିଲେ । ସୋମବାର ସକାଳେ ଜଣେ ବାଳିକା ସାପ କାମୁଡ଼ିବା ନେଇ ତାଙ୍କ ଜେଜେ ମାଆଙ୍କୁ କହିଥିଲେ । ସେହି ସମୟରେ ସେମାନଙ୍କ ଭାଇ ଅମନର ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ଏହାପରେ ସମସ୍ତଙ୍କୁ ବାନ୍ଦା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ବାଳକକୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ତିନି ଭଉଣୀଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେବାରୁ ସେମାନଙ୍କୁ ମୋଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଗପଛ ହୋଇ ଆଉ ଦୁଇ ଭଉଣୀ ରକ୍ଷା ଓ ଦୀକ୍ଷାର ଚାଲିଗଲା ଜୀବନ । ଅନ୍ୟ ଜଣେ ଶିଶୁ ରଚନାର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କୁ ସାପ କାମୁଡ଼ିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ହୋଇନଥିବା ଡାକ୍ତର କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି । ଏହି ଦଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details