ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିବେ 60 କୋଟି ଲୋକ: ଚମ୍ପତ ରାୟ - ଶ୍ରୀରାମ

ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର 11 କୋଟି ପରିବାରକୁ ସାମିଲ ଅଭିଯାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ
ଭବ୍ୟ ରାମ ମନ୍ଦିର

By

Published : Dec 18, 2020, 9:39 PM IST

ଲକ୍ଷ୍ନୌ: ବହୁ ପ୍ରତିକ୍ଷିତ ତଥା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ହୋଇଛି ପ୍ରସ୍ତୁତି । ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର 11 କୋଟି ପରିବାରକୁ ସାମିଲ ଅଭିଯାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଯଥା 55 ରୁ 60 କୋଟି ଲୋକଙ୍କୁ ରାମ ମନ୍ଦିର ସମ୍ବନ୍ଧୀୟ ସାହିତ୍ୟ ଓ ଇତିହାସ ବାବଦରେ ଅବଗତ କରାଯିବ । ଆଉ ସେମାନଙ୍କଠାରୁ ସହାୟତା ରାଶି ନିଆଯିବ ।

ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ

ଏଥିପାଇଁ ଏକ ଲକ୍ଷ ଟିମ ଗଠନ କରାଯାଇଛି । ଏହି ଟିମ ପାଞ୍ଚ ଲକ୍ଷ ଗାଁରେ ଥିବା ଘର ଘର ବୁଲିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ଲକ୍ଷ୍ନୌରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବାବଦରେ ସୂଚନା ଦେଇଛନ୍ତି।

ଚମ୍ପତ ରାୟ କହିଛନ୍ତି ଯେ, ଭିତ୍ତିପ୍ରସ୍ତର ସ୍ଥାପନ ପରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ । ବର୍ତମାନ ଭାରତବର୍ଷର ଏବେକାର ପୀଢିଙ୍କୁ ଏହି ମନ୍ଦିର ସହ ଜଡିତ ଇତିହାସର ସତ୍ୟତା ବିଷୟରେ ଅବଗତ କରାଇବାକୁ ଯୋଜନା କରାଯାଇଛି।

ଅତିକମରୁ ଦେଶର ଅଧା ଜନସଂଖ୍ୟା (ପ୍ରାୟ 60 କୋଟି) ଶ୍ରୀରାମ ଜନ୍ମଭୂମି ମନ୍ଦିରର ଏୌତିହାସିକ ସତ୍ୟ ବିଷୟରେ ଅବଗତ ହେବେ। 11 କୋଟି ପରିବାରରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ କାର୍ଯ୍ୟକର୍ତ୍ତାମାନେ ରିପୋର୍ଟ କରିଛନ୍ତି ଯେ, ଏହି ସଂଖ୍ୟା 12 କୋଟି ପର୍ଯ୍ୟନ୍ତ ଯାଇପାରେ। ଏଥିପାଇଁ ଦେଶର ପ୍ରତ୍ୟେକ କୋଣରେ ଆମେ ଘର ଘର ବୁଲି ଏବାବଦରେ ଅବଗତ କରାଯିବ ।

ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆଣ୍ଡାମାନ ଏବଂ ନିକୋବର, ରାଣାକୁଚ, ତ୍ରିପୁରା ଆଦି ଦେଶର ସବୁ କୋମ ଅନୁକୋଣକୁ ଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details