ଓଡିଶା

odisha

ETV Bharat / bharat

Shraddha Murder Case: ଶ୍ରଦ୍ଧାଙ୍କ ବାପା କହିଲେ ପୋଲିସ ଚାହିଁଥିଲେ ମୋ ଝିଅ ଜୀବିତ ଥାଆନ୍ତା - ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ବାପାଙ୍କ ପ୍ରତିକ୍ରିୟା

ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ । ଝିଅକୁ ନିର୍ମମ ହତ୍ୟାକାଣ୍ଡ ଘଟଣାକୁ ନେଇ ପ୍ରଥମ ଥର ମିଡିଆ ସମ୍ମୁଖରେ ପ୍ରତିକ୍ରିୟା ଦେଇଛନ୍ତି ଶ୍ରଦ୍ଧାଙ୍କ ବାପା ବିକାଶ । ଡେଟିଂ ଆପ୍‌ ବ୍ୟାନ୍‌ କରିବାକୁ ରଖିଲେ ଦାବି । ଅଧିକ ପଢ଼ନ୍ତୁ

Shradhas father meets Maharashtra Deputy CM Fadnavis demand ban on dating apps
Shraddha Murder Case: ଶ୍ରଦ୍ଧାଙ୍କ ବାପା କହିଲେ ପୋଲିସ ଚାହିଁଥିଲେ ମୋ ଝିଅ ଜୀବିତ ଥାଆନ୍ତା

By

Published : Dec 9, 2022, 4:25 PM IST

ମୁମ୍ବାଇ:ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ । ଶ୍ରଦ୍ଧାଙ୍କୁ ତାଙ୍କରି ଲିଭ୍‌ ଇନ୍‌ ପାର୍ଟନର ଅଫତାବ ପୁନାୱାଲା ହତ୍ୟା କରିବା ପରେ ମୃତଦେହର ୩୫ ଖଣ୍ଡ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପକାଇଛି । ସେପଟେ ଝିଅକୁ ନ୍ୟାୟ ଦେବାକୁ ଆଜି ମୁମ୍ବାଇରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ଙ୍କୁ ଭେଟିଛନ୍ତି ଶ୍ରଦ୍ଧାଙ୍କ ବାପା ବିକାଶ ୱାକର । ଫଡ଼ନଭିସଙ୍କୁ ଭେଟିବା ପରେ ବିକାଶ ବଶାଇ ଥାନା ବିରୋଧରେ ଅଭିଯୋଗ ଆଣିଛନ୍ତି । ବଶାଇ ଥାନା ପୋଲିସ ପୂର୍ବରୁ ସାହାଯ୍ୟ କରିଥିଲେ ଶ୍ରଦ୍ଧା ଆଜି ଜୀବିତ ଥାଆନ୍ତା ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁShraddha Murder Case: ବଢିଲା ଅଫତାବର ନ୍ୟାୟିକ ହେପାଜତ ଅବଧି

ସେହିଭଳି ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବକୁ ନେଇ ବିକାଶ କହିଛନ୍ତି, "ଯେଉଁଭଳି ଭାବରେ ମୋ ଝିଅକୁ ହତ୍ୟା କରାଯାଇଛି । ସେହିଭଳି ଭାବରେ ଅଫତାବକୁ ଦଣ୍ଡ ମିଳିବା ଦରକାର । ଅଫତାବର ପରିବାର ଓ ସମ୍ପର୍କୀୟ ବିରୋଧରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ । ଯେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ସେହି ସମସ୍ତଙ୍କୁ ଦଣ୍ଡ ମିଳିବା ଉଚିତ । ଅଭିଯୁକ୍ତ ଅଫତାବକୁ ଫାଶୀ ଦଣ୍ଡାଦେଶ ଦେବାକୁ ସେ ଅପିଲ୍‌ କରିଛନ୍ତି ।"

ଝିଅ ଶ୍ରଦ୍ଧାର ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଛନ୍ତି ବିକାଶ ୱାକର । ଏହାପୂର୍ବରୁ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କୁ ଭେଟିଛନ୍ତି । ଦେବେନ୍ଦ୍ର ଫଡ଼ନଭିସ ବିକାଶଙ୍କୁ ନ୍ୟାୟ ଦେବାକୁ ଆଶ୍ବସନା ଦେଇଛନ୍ତି । ସେହିଭଳି ଦକ୍ଷିଣ ଦିଲ୍ଲୀର ଡସିପି ମଧ୍ୟ ବିକାଶଙ୍କୁ ଆଶ୍ବସନା ଦେଇଛନ୍ତି ।

ସେପଟେ ଶ୍ରଦ୍ଧା ହତ୍ୟାକାଣ୍ଡ ପଛରେ ଡେଟିଂ ଆପ୍‌କୁ ଦାୟୀ କରିଛନ୍ତି ବିକାଶ ୱାକର । ସମସ୍ତ ଡେଟିଂ ଆପ୍‌କୁ ବ୍ୟାନ୍‌ କରିବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି, "ଡେଟିଂ ଆପ୍‌ ଯୋଗୁଁ ଶ୍ରଦ୍ଧା ଅଫତାବର ସଂସ୍ପର୍ଶରେ ଆସିଥିଲା । ଏହାପରେ ଅଫତାବ ଶ୍ରଦ୍ଧାକୁ ମୁମ୍ବାଇ ଛାଡ଼ିବାକୁ ମଧ୍ୟ ମନାଇ ନେଇଥିଲା ।"

ସେ ଆହୁରି ମଧ୍ୟ କହିଛନ୍ତି, "ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ମିଳିବ ବୋଲି ଆଶ୍ବସନା ଦେଇଛନ୍ତି । ବର୍ତ୍ତମାନ ଦିଲ୍ଲୀ ପୋଲିସ, ବସାଇ ପୋଲିସର ମିଳିତ ତଦନ୍ତ ଠିକ୍‌ ଭାବରେ ଚାଲିଛି । କିନ୍ତୁ ବସାଇ ପୋଲିସ ଓ ନାଲାସୁପାରା ପୋଲିସ ପୂର୍ବରୁ ତଦନ୍ତ ଠିକ୍‌ ଭାବରେ କରି ନଥିଲେ ଯାହା ଦୁର୍ଭାଗ୍ୟଜନକ ।"

୨୦୨୦ରେ ନଭେମ୍ବର ମାସରେ ଶ୍ରଦ୍ଧା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯେଉଁଥିରେ ଅଫତାବ ତାଙ୍କ ପ୍ରତି କିଭଳି ବ୍ୟବହାର କରୁଛି । କିଭଳି ଅତ୍ୟାଚାର କରୁଛି ତାହା ଦର୍ଶାଇଥିଲେ ଶ୍ରଦ୍ଧା । ସେହି ସମୟ ରେ ଏତଲା ନକଲ ଏବେ ଭାଇରାଲ୍‌ ହେବାରେ ଲାଗିଥିଲା । ଏହାକୁ ନେଇ ପୋଲିସ ବିରୁଦ୍ଧରେ ତଦନ୍ତ ଦାବି କରିଛନ୍ତି ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକର ।

ABOUT THE AUTHOR

...view details