ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର (Shraddha murder case) ଅଭିଯୁକ୍ତ ଅଫତାବର ପୋଲିସ କଷ୍ଟଡି ଅବଧିକୁ ଆଉ 5ଦିନ ବୃଦ୍ଧି କରିଛନ୍ତି କୋର୍ଟ । ଆଜି (ଗୁରୁବାର) ଅପରାହ୍ନରେ ଅଫତାବକୁ ଭିଡିଓ ରନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ ପୋଲିସ କଷ୍ଟଡି ଅବଧି ବଢାଇବା ପାଇଁ ଆବେଦନ କରିଥିବା ବେଳେ କୋର୍ଟ 5ଦିନ ଏହି ଅବଧି ବୃଦ୍ଧି କରିଛନ୍ତି (police custody of accused Aftab Poonawala)।
ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଅଭିଯୁକ୍ତକୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ନେବା ନେଇ ସୂଚନା ମିଳିଛି । ହତ୍ୟାକାଣ୍ଡର ଚେର ରାଜଧାନୀ ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ବ୍ୟାପିଛି । ତେଣୁ ଅଭିଯୁକ୍ତକୁ ଅନ୍ୟରାଜ୍ୟକୁ ନେଇ ସରଜମିନ ତଦନ୍ତ କରି ନୂଆ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଦିଲ୍ଲୀ ପୋଲିସ । ସେହିପରି ଶ୍ରଦ୍ଧା ମୃତଦେହର ଅନ୍ୟ କେତେକ ଖଣ୍ଡ ଏଯାଏଁ ମିଳିନଥିବାରୁ ପୋଲିସ ସେସବୁକୁ ସଂଗ୍ରହ କରିବା ନେଇ ଅଫତାବକୁ ପୁଣି ପଚରାୁଚରା କରିବ । ଏଯାବତ ପୋଲିସ ମୃତଦେହର କେତାକାଂଶ ଜଙ୍ଗଲରୁ ଉଦ୍ଧାର କରି ଫରେନସିକ୍ ପରୀକ୍ଷା ନିମନ୍ତେ ଲାବକୁ ପଠାଇଛି ।