ଓଡିଶା

odisha

ETV Bharat / bharat

ଦିଲ୍ଲୀ ଆସିଲେନି ବନ୍ଦୋପାଧ୍ୟାୟ, କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ - ଆଲପନ ବନ୍ଦୋପାଧ୍ୟାୟ

ଆଲପନ ବନ୍ଦୋପାଧ୍ୟାୟ ଦିଲ୍ଲୀ ନ ଆସିବା କାରଣରୁ ତାଙ୍କୁ କାରଣଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର । କିଛି ସମୟ ପୂର୍ବରୁ ଆଲପନ ବନ୍ଦୋପାଧ୍ୟାୟଙ୍କ ଅବସର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଦିଲ୍ଲୀ ଆସିଲେନି ବନ୍ଦୋପାଧ୍ୟାୟ, କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ
ଦିଲ୍ଲୀ ଆସିଲେନି ବନ୍ଦୋପାଧ୍ୟାୟ, କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ

By

Published : May 31, 2021, 8:56 PM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଜାରି ରହିଛି ସଂଘର୍ଷ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କୁ ଅବସର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ସେ ଆଗାମୀ 3 ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁ୍ଖ୍ୟ ପରାମର୍ଶଦାତା ରହିବେ । ସେପଟେ ବନ୍ଦୋପାଧ୍ୟାୟ ଦିଲ୍ଲୀ ନ ଆସିବା କାରଣରୁ ତାଙ୍କୁ କାରଣଦର୍ଶାଅ ନୋଟିସ ପଠାଇଛି କେନ୍ଦ୍ର ।

ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଆଲପାନ୍ ବନ୍ଦୋପାଧ୍ୟାୟଙ୍କୁ ଏକ କାରଣଦର୍ଶାଅ ନୋଟିସ ପଠାଇଛନ୍ତି କରିଛନ୍ତି । କେନ୍ଦ୍ର ସରକାର ମେ 28 ତାରିଖ ରାତିରେ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡେପୁଟେସନ ପାଇଁ କହିବା ସହ ସୋମବାର ଦିନ 10 ଟାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସଂଘର୍ଷ ମଧ୍ୟରେ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଛାଡିନଥିଲେ ଦିଦି ।

ବାତ୍ୟା ୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ନଦେବାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର ।

ପଶ୍ଚିମବଙ୍ଗ କ୍ୟାଡରର 1987 ବ୍ୟାଚ୍ ଆଇଏଏସ୍ ଅଧିକାରୀ ବନ୍ଦୋପାଧ୍ୟାୟ 60 ବର୍ଷ ପୂରଣ ପରେ ସୋମବାର ଅବସର ନେବାକୁ ଯାଉଥିଲେ। ହେଲେ ନିକଟରେ କେନ୍ଦ୍ରରୁ ଅନୁମୋଦନ ପାଇବା ପରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର ତିନି ମାସ ସେବା ବୃଦ୍ଧି କରାଯାଇଥିଲା।

ABOUT THE AUTHOR

...view details