ଓଡିଶା

odisha

ସୋପିଆନରେ ଏନକାଉଣ୍ଟର, 3 ଆତଙ୍କୀ ସଫା

By

Published : Apr 11, 2021, 10:46 AM IST

ଜାମ୍ମୁ କାଶ୍ମୀର ପୋଲିସକୁ ସଫଳତା । ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲା ଏନକାଉଣ୍ଟରରେ ତିନି ଆତଙ୍କୀ ସଫା । ଅଧିକ ପଢନ୍ତୁ...

ସୋଫିଆନା ଏନକାଉଣ୍ଟର
ସୋଫିଆନା ଏନକାଉଣ୍ଟର

ଶ୍ରୀନଗର: ସୀମାରେ ଆତଙ୍କବାଦ ଓ ସୁରକ୍ଷା ବାହୀନିଙ୍କ ମଧ୍ୟରେ ଏନକାଉଣ୍ଟର । ଏନକାଉଣ୍ଟରରେ ତିନି ଆତଙ୍କୀଙ୍କୁ ସଫା କରିଛି ଭାରତୀୟ ସେନା । ଏହା ସହିତ ଦୁଇ ଭାରତୀୟ ସେନା ଆହତ ହୋଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଅନୁସାରେ, ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲା ଚିତ୍ରାଗାମରେ ସୁରକ୍ଷା ବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ସ୍ଥାନୀୟ ତିନି ଆତଙ୍କୀଙ୍କୁ ସଫା କରିଛି ସୁରକ୍ଷା ବାହିନୀ । ଏହା ସହିତ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇ ସେନାଙ୍କ ମଧ୍ୟରୁ ଜଣଙ୍କୁ ବାଦାମୀ ବାଗକୁ ଚିକିତ୍ସା ପାଇଁ ପଠାଯାଇଛି ।

ନିହତ ତିନି ଆତଙ୍କୀ ହେଲେ ଗାନାପୁରା ସୋଫିଆନାର ଓବୈଦ ଫାରୁକ, ଚିତ୍ରାଗାମର ଫୈସଲ ଗୁଲଜାର ଓ ଚିତ୍ରାଗାମର ଆସିଫ ବସିର ବୋଲି କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ସୋପିଆନ ଜିଲ୍ଲାର ଚିତ୍ରାଗାମରେ ଆତଙ୍କବାଦଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଜାମ୍ମୁ କାଶ୍ମୀର ପୋଲିସ ସିଆରପିଏଫର 178 ବାଟାଲିୟନ ଓ ଆରଆର ଆର୍ମି (ରାଷ୍ଟ୍ରିୟ ରାଇଫଲ) ଗତକାଲି ସର୍ଚ୍ଚ ଅପରେସନ କରିଥିଲା । ଅପରେସନରେ ତିନି ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details