ଓଡିଶା

odisha

ETV Bharat / bharat

ପଞ୍ଜାବରେ ନିହାଙ୍ଗ ଗୋଷ୍ଠୀ ଗୁଳିମାଡରେ ଜଣେ ପୋଲିସ କର୍ମୀ ମୃତ, 2 ଆହତ - ପୋଲିସ ଓ ନିହାଙ୍ଗ ଶିଖ ମଧ୍ୟରେ ସଂଘର୍ଷ

ଗୁରୁଦ୍ୱାର ଜବରଦଖଲ ମାମଲାରେ ନିହାଙ୍ଗ ଶିଖ ଗୋଷ୍ଠୀଙ୍କୁ ଗିରଫ କରିବାକୁ ଯାଇ ଗୁଳିମାଡରେ ପୋଲିସ କର୍ମୀ ମୃତ। ଅଧିକ ପଢ଼ନ୍ତୁ

shootout at punjab gurdwara
shootout at punjab gurdwara

By ETV Bharat Odisha Team

Published : Nov 23, 2023, 11:37 AM IST

ଚଣ୍ଡିଗଡ: ପଞ୍ଜାବରେ ପୋଲିସ ଓ ନିହାଙ୍ଗ ଶିଖ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ନିହାଙ୍ଗ ଶିଖ୍‌ ଗୋଷ୍ଠୀର ଗୁଳି ମାଡରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଛନ୍ତି । ପଞ୍ଜାବର କାପୁରଥାଲା ଜିଲ୍ଲାରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁଦ୍ୱାରର ମାଲିକାନାକୁ ନେଇ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି । ନିହାଙ୍ଗଙ୍କ ବିରୋଧରେ ଥାନାରେ ଏକ ମାମଲା ରହିଥିବା ବେଳେ ପୋଲିସ କିଛି ନିହାଙ୍ଗ ସଦସ୍ୟଙ୍କୁ ଗିରଫ କରିବାକୁ ସୁଲତାନପୁର ଲୋଧୀକୁ ଯାଇଥିବା ବେଳେ ସଂଘର୍ଷ ଘଟିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ପୋଲିସ ଅଧୀକ୍ଷକ ତେଜବୀର ସିଂ ହୁଣ୍ଡାଲଙ୍କ କହିବା ମୁତାବକ, କାପୁରଥାଲା ଜିଲ୍ଲାର ସୁଲତାନପୁର ଲୋଧୀରେ ପୋଲିସ ଓ ନିହାଙ୍ଗ ଶିଖ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ନିହାଙ୍ଗ ସଦସ୍ୟ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ଘଟଣା ସ୍ଥଳରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସୁରକ୍ଷା ଦୃଷ୍ଟିରୁ ବହୁ ସଂଖ୍ୟାକ ପୋଲିସ କର୍ମୀ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଗୁରୁଦ୍ୱାରରେ ଜବରଦଖଲ ଅଭିଯୋଗରେ ପୋଲିସ ନିହାଙ୍ଗ ସମ୍ପ୍ରଦାୟର 10 ଜଣଙ୍କୁ ଗିରଫ କରିଛି । କିନ୍ତୁ ଏବେ ବି ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ଗୁରୁଦ୍ୱାରରେ ଅତି କମରେ 30 ଜଣ ନିହାଙ୍ଗ ସଦସ୍ୟ ଥିବା ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ-ନିହାଙ୍ଗ ଶିଖଙ୍କ ଖଣ୍ଡା ଚୋଟରେ 2 ପୋଲିସ ଆହତ

ଏହା ପୂର୍ବରୁ 2021 ମସିହା ମାର୍ଚ୍ଚ ମାସରେ ପଞ୍ଜାବର ତରନତାରାରେ ପୋଲିସ ଓ ନିହାଙ୍ଗ ଶିଖ ମୁହାଁମୁହିଁ ହୋଇଥିଲେ । ପୋଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ନିହାଙ୍ଗ ଶିଖ । ଏହି ଘଟଣାରେ 2 ପୋଲିସ କର୍ମୀ ଆହତ ହୋଇଥିଲେ । ତରନତାରନର ସୁରସିଂହ ଗାଁରେ ଘଟିଥିଲା ଏହି ଘଟଣା । ମହାରାଷ୍ଟ୍ରର ନାନ୍ଦେଡରେ 2 ନିହାଙ୍ଗ ଶିଖ କର ସେବକଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଏନେଇ ପଞ୍ଜାବ ପୋଲିସକୁ ମହାରାଷ୍ଟ୍ର ପୋଲିସ ସୂଚନା ଦେବା ପରେ 2 ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ ପୋଲିସ କର୍ମୀ । ଏହି ସମୟରେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ ନିହାଙ୍ଗ ଶିଖ । ପୋଲିସର ପାଲଟା ଜବାବରେ 2 ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details