ଓଡିଶା

odisha

ETV Bharat / bharat

Manipur Violence: ଅଣାୟତ ମଣିପୁର, ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ମାରିବାକୁ ସେନାକୁ ନିର୍ଦ୍ଦେଶ - ମଣିପୁରରେ ସୁଟ ଆଟ ସାଇଟ ନିର୍ଦ୍ଦେଶ

ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା । ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ପହଞ୍ଚିଲା ସେନା ଓ ଅର୍ଦ୍ଧ ସାମରିକ ବଳ । ଅଧିକ ପଢନ୍ତୁ

Manipur Violence: ସୁଟ ଆଟ ସାଇଟ ନିର୍ଦ୍ଦେଶ ଜାରି, ମୁତୟନ ହେଲା ସେନା
Manipur Violence: ସୁଟ ଆଟ ସାଇଟ ନିର୍ଦ୍ଦେଶ ଜାରି, ମୁତୟନ ହେଲା ସେନା

By

Published : May 4, 2023, 8:22 PM IST

Updated : May 4, 2023, 9:05 PM IST

ଆଜି ସଂଧ୍ୟାରେ ଭାରତୀୟ ବାୟୁସେନା ବିମାନରେ କେନ୍ଦ୍ରୀୟ ଫୋର୍ସ ରାଜଧାନୀ ଇମ୍ଫାଲରେ ପହଞ୍ଚିଛନ୍ତି

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଅଣାୟତ ରୂପ ନେଇଛି । ରାଜ୍ୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୁଟ-ଆଟ-ସାଇଟ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟପାଳ । କୌଣସି ସ୍ଥାନରେ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ସେନା ଓ ପୋଲିସକୁ ନିର୍ଦ୍ଦେଶ ମିଳିଛି । ରାଜ୍ୟରେ ସେନା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

ସମସ୍ତ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ:-

ସମସ୍ତ ଜିଲ୍ଲା ଓ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କୁ ସମ୍ବେଦନଶୀଳ ସ୍ଥାନରେ ନଜର ରଖିବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ସ୍ଥଳେ ସୁଟ୍‌ ଆଟ୍‌ ସାଇଟ୍‌ ଅର୍ଡର କାର୍ଯ୍ୟକାରୀ କରିବା ପାଇଁ ରାଜଭବନ ପକ୍ଷରୁ ନିର୍ଦ୍ଦେଶ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ 55 ଆର୍ମି କଲମ ନିୟୋଜିତ ଅଛନ୍ତି । ସେହିପରି ସେନାର 14 ବାଟାଲିୟନକୁ ଅତିରିକ୍ତ ଭାବେ ଷ୍ଟାଣ୍ଡବାୟରେ ରଖାଯାଇଛି ।

ବାୟୁସେନା ବିମାନରେ ପହଞ୍ଚିଲେ କେନ୍ଦ୍ରୀୟ ଫୋର୍ସ:-

ଆଜି ସଂଧ୍ୟାରେ ଭାରତୀୟ ବାୟୁସେନା ବିମାନରେ କେନ୍ଦ୍ରୀୟ ଫୋର୍ସ ରାଜଧାନୀ ଇମ୍ଫାଲରେ ପହଞ୍ଚିଛନ୍ତି । ସେମାନଙ୍କୁ ତୁରନ୍ତ ବିଭିନ୍ନ ହିଂସା ପ୍ରଭାବିତ ଅଞ୍ଚଳରେ ମୁତୟନ ପାଇଁ ପଠାଯାଇଛି । ଘଟଣା ସମ୍ପର୍କରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି । ମଣିପୁର ହିଂସା ନେଇ କେନ୍ଦ୍ର ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।

ଗତକାଲିଠାରୁ ଲାଗି ରିହଥିବା ହିଂସାରେ ଏବେ ସୁଦ୍ଧା ସମଗ୍ର ରାଜ୍ୟରେ ସାଧାରଣ ଜୀବନଯାତ୍ରା ଠପ ହୋଇଯାଇଛି । ବିଭିନ୍ନ ସ୍ଥାନରେ ରାଜ୍ୟର ଦୁଇ ସମ୍ପ୍ରଦାୟ ମଧ୍ୟରେ ଆକ୍ରମଣ ଓ ଜଳାପୋଡ଼ାରେ କେତେ ଧନଜୀବନ ନଷ୍ଟ ହୋଇଛି, ସେନେଇ ଆକଳନ ମଧ୍ୟ କରାଯାଇ ପାରିନାହିଁ । ଚୋରାଚାନ୍ଦ ଜିଲ୍ଲାରେ ସର୍ବାଧିକ ହିଂସା ଦେଖିବାକୁ ମିଳିଛି । ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ସୂଚନା ମିଳୁଛି । ମୃତାହତଙ୍କ ସମ୍ପର୍କରେ କୌଣସି ତଥ୍ୟ ଏବେ ସୁଦ୍ଧା କହିବା ସରକାର କିମ୍ବା ପ୍ରଶାସନ ପକ୍ଷରେ ସମ୍ଭବ ହୋଇନାହିଁ ।

କ’ଣ ହିଂସାର କାରଣ:-

ଉତ୍ତର-ପୂର୍ବ ମଣିପୁରର ମୋଟ ଲୋକସଂଖ୍ୟାର 53 ପ୍ରତିଶତ ଅଣ-ଆଦିବାସୀ ‘ମେଇତି ସମ୍ପ୍ରଦାୟ’ ନିଜକୁ ଅନୁସୂଚୀତ ଜାତି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଆସୁଛି । ଏହି ମାମଲାରେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଥିରେ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ 4 ସପ୍ତାହ ମଧ୍ୟରେ ଅନୁଧ୍ୟାନ ଶେଷ କରି କେନ୍ଦ୍ରକୁ ରିପୋର୍ଟ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମେଇତି ସମ୍ପ୍ରଦାୟକୁ ଅନୁସୂଚୀତ ଯାତ୍ରୀ ବର୍ଗରେ ସାମିଲ କରିବାକୁ ବିରୋଧ କରୁଛନ୍ତି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ । ହାଇକୋର୍ଟଙ୍କ ରାୟ ଆସିବା ପରେ ଚୋରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସଂଗଠନ Tribal Student Union Manipur (ATSUM) ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଆଦିବାସୀ ଓ ମେଇତି ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ । ଏହି ଶୋଭାଯାତ୍ରାରେ ହିଁ ହିଂସାର ସୂତ୍ରପାତ ହୋଇଥିବା କୁହାଯାଉଛି ।

ଚୋରାଚାନ୍ଦ ଜିଲ୍ଲା ଶୋଭାଯାତ୍ରା ହିଂସାର ଖବର ପ୍ରସାରିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଇତି ସମ୍ପ୍ରଦାୟ ଓ ଆଦିବାସୀ ସମ୍ପ୍ରଦାୟ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ହିଂସା ଏବେ ସମଗ୍ର ରାଜ୍ୟରେ ବ୍ୟାପି ସାରିଲାଣି । ବିଭିନ୍ନ ସ୍ଥାନରେ ଉଭୟ ସମ୍ପ୍ରଦାୟ ପରସ୍ପର ଉପରେ ମରଣାନ୍ତକ ଆକ୍ରମଣ ସହ ବ୍ୟାପକ ଜଳାପୋଡା ଘଟଣା ସାମ୍ନାକୁ ଆସିଛି । ଆକ୍ରମଣ ଓ ଜଳାପୋଡାର ଏକାଧିକ ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2023, 9:05 PM IST

ABOUT THE AUTHOR

...view details