ଓଡିଶା

odisha

ETV Bharat / bharat

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଏକାଧିକ ଫଟୋ ପୋଷ୍ଟ କରି କଂଗ୍ରେସ କହିଲା ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ପ୍ରତନିଧି । ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ ବିଜେପି ନେତା ! ଭାଇରାଲ ହେଉଛି ଭିଡିଓ
ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ ବିଜେପି ନେତା ! ଭାଇରାଲ ହେଉଛି ଭିଡିଓ

By

Published : Jul 4, 2023, 8:35 PM IST

ଭୋପାଳ:ମଧ୍ୟ ପ୍ରଦେଶରୁ ଏକ ଅଭାବନୀୟ ତଥା ଘୃଣ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଅନ୍ୟ ଜଣେ ଯୁବକ ପରିସ୍ରା କରୁଥିବାର ଭିଡିଓ ଭାଇରାଲ ହେଉଛି । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ବୋଲି କଂଗ୍ରେସ ଅଭିଯୋଗ କରିଛି । ପୋଲିସ ଅଭିଯୁକ୍ତର କୌଣସି ରାଜନୈତିକ ଲିଙ୍କ ଥିବା କଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଭିଡିଓ ଭାଇରାଲ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

କଂଗ୍ରେସ ନେତା ଅବ୍ବାସ ହାଫିଜ ଏକାଧିକ ଟ୍ବିଟ କରି ଏହି ଅଭିଯୁକ୍ତଜଣଙ୍କର ନାମ ପ୍ରବେଶ ଶୁକ୍ଳା ଓ ସେ ସ୍ଥାନୀୟ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ବୋଲି ଦାବି କରିଛନ୍ତି । ଏହି ଅଭିଯୁକ୍ତଙ୍କୁ ରାଜ୍ୟ ବିଜେପିର ଏକାଧିକ ବରିଷ୍ଠ ନେତାଙ୍କ ସହ ମଧ୍ୟ ବୁଲୁଥିବାର ଫଟୋ ସେୟାର କରିଛନ୍ତି ହାଫିଜ ଓ ଅନ୍ୟ କଂଗ୍ରେସ ନେତା । ହାଫିଜ ଲେଖିଛନ୍ତି, ମଧ୍ୟ ପ୍ରଦେଶରେ ଆଦିବାସୀଙ୍କ ଉପରେ ସର୍ବାଧିକ ନିର୍ଯାତନାର ମାମଲା ସାମ୍ନାକୁ ଆସୁଛି । ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେବଳ କଡା କାର୍ଯ୍ୟାନୁଷ୍ଠାନର ଆଶ୍ବସନା ଦେଉଥିବା ବେଳେ ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବିଗତ ଦିନର ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି । କେବଳ କଂଗ୍ରେସ ନୁହେଁ ବରଂ ଆମ ଆଦମୀ ପାର୍ଟି ବିଧାୟକ ନରେଶ ବଲ୍ୟାନ ମଧ୍ୟ ଏହି ଭିଡିଓ ସେୟାର କରି ମଧ୍ୟ ପ୍ରଦେଶ ଶାସନ ଉପରେ ପ୍ରଶ୍ନ ଉଠାଇବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାଟି ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାର କବାରୀ ବଜାର ଅଞ୍ଚଳର । ଘଟଣାଟି ପ୍ରାୟ 9 ଦିନ ତଳେ ଘଟିଛି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଆଲୋଡନା ସୃଷ୍ଟି ହୋଇଛି । ଘଟଣାକୁ ଅତିଗମ୍ଭୀରତାର ନିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ଏହି ଘଟଣାରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ହୋଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି କିଛି ପ୍ରତିକ୍ରିୟା ରଖିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details