ମୁମ୍ବାଇ:ଦେଶ ଏବେ ଆଧୁନିକ ଯୁଗରେ ପ୍ରବେଶ କଲାଣି । ହେଲେ ଲୋକଙ୍କ ହୀନ ମାନସିକତାର କୌଣସି ବିକାଶ ଘଟିନାହିଁ । ସେହି ପୁରାତନ ଭାବନା ବା ଅନ୍ଧବିଶ୍ବାସକୁ ଆଜି ବି ଲୋକେ ଗ୍ରହଣ କରୁଛନ୍ତି । ଯାହାର ଜ୍ବଳନ୍ତ ପ୍ରମାଣ ମହାରାଷ୍ଟ୍ର ତ୍ରିମ୍ବକେଶ୍ବର ଦେବଗାଁଓରେ ଥିବା ଛାତ୍ରୀ ବିଦ୍ୟାଳୟରେ ଦେଖିବକୁ ମିଳିଛି । ଜଣେ ଛାତ୍ରୀଙ୍କୁ ଋତୁସ୍ରାବ ବେଳେ ବୃକ୍ଷରୋପଣ ପାଇଁ ବାରଣ କରାଯାଇଛି । ଏ ସମ୍ପର୍କରେ ଛାତ୍ରୀ ଜଣକ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି ।
ଏହି ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁ ଛାତ୍ରୀଙ୍କ ଋତୁସ୍ରାବ ହୋଇଛି ସେମାନେ ବୃକ୍ଷରୋପଣରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଶିକ୍ଷକ ଆର.ଟି ଦେବାରେ କହିଥିଲେ । ଶିକ୍ଷକଙ୍କଠୁ ଏହି ମନ୍ତବ୍ୟ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଉକ୍ତ ବିଦ୍ୟାଳୟରେ ଥିବା ଛାତ୍ରୀ ଲାବଣ୍ୟାଙ୍କୁ ଗଛ ଲଗାଇବା ପାଇଁ ବାରଣ କରିଥିଲେ ।