ମୁମ୍ବାଇ:ଠିକ୍ ସମୟରେ ଖାଇବା ନଦେବାରୁ ବୋହୂକୁ ଗୁଳିକଲା ଶ୍ବଶୁର । ଚିକିତ୍ସାଧୀନ ଅବସ୍ଥାରେ ବୋହୂର ଜୀବନ ଚାଲି ଯାଇଥିବା ସୂଚନା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାନାରେ ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଥାନେ ରାବୋଡି ଅଞ୍ଚଳର କାଶିନାଥ ପାଟିଲ(76) ଜଣେ ବାଲି ବ୍ୟବସାୟୀ । ଗତକାଲି(ଗୁରୁବାର) ସକାଳ ପ୍ରାୟ 11ଟା 30ରେ ଠିକ୍ ସମୟରେ ଜଳଖିଆ (Breakfast) ନଦେବାରୁ କାଶିନାଥ ଏବଂ ତାଙ୍କ ବଡ ବୋହୂ ସୀମା ପାଟିଲ(42)ଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ଏହାପରେ ରାଗିଯାଇ କାଶିନାଥ ବୋହୂଙ୍କୁ ଗୁଳି କରିଥିଲେ ।