ଓଡିଶା

odisha

ETV Bharat / bharat

Death Threat to Sanjay Raut: ସଞ୍ଜୟ ରାଉତଙ୍କୁ ଏକେ ୪୭ରେ ଉଡ଼ାଇ ଦେବାକୁ ଧମକ - ସଞ୍ଜୟ ରାଉତଙ୍କୁ ଏକେ ୪୭ରେ ଉଡ଼ାଇ ଦେବାକୁ ଧମକ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ । ହ୍ବାଟ୍ସଆପରେ ଏଭଳି ଅଡିଓ ପଠାଇ ଧମକ ଦେଲା ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ୍‌ । ଅଧିକ ପଢନ୍ତୁ

Sanjay Raut received death threat message
Sanjay Raut received death threat message

By

Published : Apr 1, 2023, 3:54 PM IST

ନୂଆଦିଲ୍ଲୀ: ସଲମାନ ଖାନଙ୍କ ପରେ ଏବେ ଉଦ୍ଧବ ଗୋଷ୍ଠୀର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛି ଲରେନ୍ସ ବିଷ୍ଣୋଇ । ତାଙ୍କ ନାମ ନେଇ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ଦିଆଯାଇଛି । ହ୍ବାଟ୍ସଆପରେ ଅଡିଓ ବାର୍ତ୍ତା ଯୋଗେ ସଞ୍ଜୟ ରାଉତଙ୍କୁ ଏକେ ୪୭ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏନେଇ ଥାନାରେ ସଞ୍ଜୟ ଥାନାରେ ଏତଲା ଦେଇଛନ୍ତି ।

ଦଳର ଜଣେ ଅଧିକାରୀଙ୍କ କହିବା ଅନୁସାରେ, "ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୟ ରାଉତଙ୍କ ହ୍ବାଟ୍ସ ଆପ୍‌କୁ ଏକ ଅଡିଓ ମେସେଜ ଆସିଥିଲା । ଯଦି ସେ ନୂଆଦିଲ୍ଲୀରେ କେବେ ନଜର ଆସନ୍ତି ତାହାଲେ ତାଙ୍କୁ ଏକେ ୪୭ରେ ଉଡ଼ାଇ ଦିଆଯିବ ବୋଲି କୁହାଯାଇଛି । ଏନେଇ ସଞ୍ଜୟ ରାଉତ ମୁମ୍ବାଇ ପୋଲିସ କମିଶନରଙ୍କୁ ସୂଚନା ଦେଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।"

ଆସିଥିବା ଅଡିଓ ମେସେଜ୍‌ରେ କୁହାଯାଇଛି, "ସଞ୍ଜୟ ରାଉତଙ୍କୁ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ଭଳି ହତ୍ୟା କରାଯିବ । କେବଳ ସମୟକୁ ଅପେକ୍ଷା କର । ସଲମାନ ଖାନ ଏବଂ ସଞ୍ଜୟ ଫିକ୍ସ ।"

ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଅନ୍ୟପଟେ ଏନେଇ ଶିବସେନା ଲିଡର ଅମ୍ବାଦାସ ଦାନଭେ କହିଛନ୍ତି," ବର୍ତ୍ତମାନ ରାଜ୍ୟ ସରକାର ସଞ୍ଜୟ ରାଉତଙ୍କ ଉପରୁ ସୁରକ୍ଷା ଦାୟିତ୍ବ ହଟାଇ ଦେଇଛି । କିନ୍ତୁ ବର୍ତ୍ତମାନ ଦିଆଯାଇଥିବା ଧମକକୁ ଗୁରୁତ୍ବର ସହ ନେବା ଆବଶ୍ୟକତା ରହିଛି ।"

ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ସାସଂଦ ସଞ୍ଜୟ ରାଉତ । ସେ କହିଛନ୍ତି, "ଏହା ପ୍ରଥମ ଥର ପାଇଁ ହୋଇନାହିଁ । କେନ୍ଦ୍ର ମୋଦି ସରକାର ମୋ ଉପରୁ ସୁରକ୍ଷା ହଟାଇ ଦେଇଛନ୍ତି । ମୁଁ ଏନେଇ କୌଣସି ଚିଠି ମଧ୍ୟ ଲେଖିନାହିଁ । ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ମଧ୍ୟ ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚଳାଇଛି । ମୁଁ ଏହି ହତ୍ୟା ଧମକ ମିଳିବା ପରେ ପୋଲିସରେ ଅଭିଯୋଗ କରିଛି । ଗୃହମନ୍ତ୍ରୀ ଆପଣ ଜବାବ ଦିଅନ୍ତୁ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।"

ପ୍ରକାଶଥାଉକି, କିଛିଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା ଗ୍ୟାଙ୍ଗ୍‌ଷ୍ଟାର୍‌ ଲରେନ୍ସ ବିଷ୍ଣୋଇ । ସେ କହିଥିଲା, "ଟଙ୍କା ନୁହେଁ ଅନ୍ୟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବି । ଯଦି କଳା ହରିଣ ଶିକାର ମାମଲାରେ ସଲମାନ ଖାନ୍‌ ଆମ ସମାଜକୁ କ୍ଷମା ନମାଗନ୍ତି ତେବେ ସମୟ ଆସିଲେ ତାଙ୍କୁ ଉତ୍ତର ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details