ମୁମ୍ବାଇ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ (Patra Chawl land scam case) ED ନିକଟରେ ସେ ହାଜର ହୋଇଛନ୍ତି । ଜୁନ୍ ୨୮ ତାରିଖରେ ତାଙ୍କୁ ED ନିକଟରେ ହାଜର ହେବାକୁ ସମନ୍ କରାଯାଇଥିଲା ।
ED ନିକଟରେ ହାଜର ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ - ED ନିକଟରେ ହାଜର ହେଲେ ସଞ୍ଜୟ ରାଉତ
ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ (Patra Chawl land scam case) ED ନିକଟରେ ହାଜର ହୋଇଛନ୍ତି ସାଂସଦ ସଞ୍ଜୟ । ଅଧିକ ପଢ଼ନ୍ତୁ
ତେବେ କୌଣସି କାର୍ଯ୍ୟରେ ଯୋଗ ଦେବାକୁ ଥିବାରୁ ED ନିକଟରେ ହାଜର ହେବାକୁ ସମୟ ମାଗିଥିଲେ ସଞ୍ଜୟ ରାଉତ । ଏହାପରେ ତାଙ୍କୁ ଜୁଲାଇ ୧ ତାରିଖରେ ହାଜର ହେବାକୁ ସମନ୍ କରାଯାଇଥିଲା । ଆଜି ମୁମ୍ବାଇର ED କାର୍ଯ୍ୟାଳୟରେ ଦିନ ୧୧.୩୦ରେ ପହଞ୍ଚିଥିଲେ ସଞ୍ଜୟ ରାଉତ ।
ଏହାକୁ ନେଇ ED କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟ ଭିତରକୁ ପ୍ରବେଶ ପୂର୍ବରୁ ସମର୍ଥକଙ୍କୁ ହାତ ଦେଖାଇ ଅଭିବାଦନ କିରଥିଲେ ସଞ୍ଜୟ । ତେବେ ଏହାକୁ ନେଇ ପ୍ରତିକ୍ରିୟରେ ସଞ୍ଜୟ ରାଉତ କହିଛନ୍ତି, ମୁଁ କେବେ ମୋ ଜୀବନରେ କିଛି ଭୁଲ୍ କାମ କରିନି । ମୁଁ ତଦନ୍ତ ପ୍ରକ୍ରିୟାରେ EDକୁ ସହଯୋଗ କରିବି । ଜଣେ ଦାୟିତ୍ବବାନ ନାଗରିକ ଓ ସଂସଦର ସଦସ୍ୟ ଭାବେ ଏହା ମୋର କର୍ତ୍ତବ୍ୟ ।