ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନଙ୍କ ସରକାର ଗତ 10 ମାସରେ ପାଖାପାଖି 32,600କୋଟି ଟଙ୍କାର ଋଣ କରିଛନ୍ତି । ସେହିପରି ଏବେ ଆରବିଆଇ ପାଖରୁ 3000 ଋଣ କରିବେ ବୋଲି ଜଣାପଡିଛି । ଏହା ଯଦି ମିଳିଯାଏ ତେବେ ସରକାର 10 ମାସରେ 19 ଥର ଋଣ କରିବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର କେକେ ମିଶ୍ର ।
10 ମାସରେ 19 ଥର ଋଣ କଲେଣି ଶିବରାଜ ସରକାର: କଂଗ୍ରେସ ମୁଖପାତ୍ର - ମଧ୍ୟପ୍ରଦେଶ ଶିବରାଜ ସିଂ ଚୌହାନ
ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର କେକେ ମିଶ୍ର । ଋଣ ନେବା ପ୍ରସଙ୍ଗରେ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ...
ଶିବରାଜ ସିଂ ଚୌହାନ
କେକେ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ସରକାର ପ୍ରତି ମାସରେ 1000କୋଟି ଟଙ୍କାର ଋଣ କରୁଛନ୍ତି । ବଜେଟ ଅଧିବେଶନ ପୂର୍ବରୁ ସରକାର ଅନେକ ଋଣ କରୁଥିବା ସେ ଦର୍ଶାଇଛନ୍ତି । ଏହା ସହ ଏବେ ସୁଦ୍ଧା ରାଜ୍ୟର ସମସ୍ତ ନାଗରିକଙ୍କ ମୁଣ୍ଡ ପ୍ରତି ଋଣ 28 ହଜାର ଥିବା ସେ ଦର୍ଶାଇଛନ୍ତି । ଯାହା ଦେଶପ୍ରେମ ସରକାରର ଉଦାହରଣ ବୋଲି ସେ କଟାକ୍ଷ କରିଛନ୍ତି ।
ସେହିପରି ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ଏହା ପ୍ରକୃତ କ୍ଷେତ୍ରରେ କିନ୍ତୁ ପରିଲିକ୍ଷିତ ହେଉନଥିବା ସେ ଅଭିଯୋଗ କରିଛନ୍ତି ।