ଓଡିଶା

odisha

ETV Bharat / bharat

ୟୁପି ପରେ ମଧ୍ୟପ୍ରଦେଶରେ ଧର୍ମ ସ୍ବାଧୀନତା ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ - shivraj cabinet

ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ମଧ୍ୟ ଲଭ୍ ଜିହାଦ ବିରୋଧରେ ଆଇନ ପ୍ରଣୟନ କରିଛନ୍ତି। ଧର୍ମ ସ୍ବାଧୀନତା ଅଧ୍ୟାଦେଶକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ମଙ୍ଗଳବାର ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଅଧିକ ପଢନ୍ତୁ..

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

By

Published : Dec 29, 2020, 12:45 PM IST

ଭୋପାଳ : ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ମଧ୍ୟ ଲଭ୍ ଜିହାଦ ବିରୋଧରେ ଆଇନ ପ୍ରଣୟନ କରିଛନ୍ତି। ଧର୍ମ ସ୍ବାଧୀନତା ଅଧ୍ୟାଦେଶକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ମଙ୍ଗଳବାର ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବର୍ତ୍ତମାନ ଏହାକୁ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସେଠାରୁ ଅନୁମୋଦନ ପାଇବା ପରେ ଏହା ଆଇନର ରୂପ ନେବ ।

ପ୍ରଥମେ ମଧ୍ୟପ୍ରଦେଶ ସରକାର ବିଧାନସଭା ଅଧିବେଶନରେ ଫ୍ରିଡମ୍ ଅଫ୍ ରିଲିଜିଅନ୍ ବିଲ୍ ପାସ୍ କରିବାକୁ ଯୋଜନା ରଖିଥିଲେ କିନ୍ତୁ କୋରୋନା କାରଣରୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା। ତେଣୁ ସରକାର ବର୍ତ୍ତମାନ ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିନାନ୍ସ ଆଣିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ 6 ମାସ ମଧ୍ୟରେ ଏହି ନିୟମ ବିଧାନସଭା ଦ୍ବାରା ପାରିତ ହେବାକୁ ପଡ଼ିବ। ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିନାନ୍ସରେ 19 ଟି ବ୍ୟବସ୍ଥା ରହିଛି ।

ଏହି ନିୟମ ଅନୁଯାୟୀ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ଆଳରେ ଧମକ, ନିର୍ଯ୍ୟାତନା, ବିବାହ କିମ୍ବା ଅନ୍ୟ କୈଣସି ଠକାମି କରିବାକୁ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ 25,000 ଟଙ୍କାର ଜରିମାନାରେ ଦଣ୍ଡିତ କରାଯିବ । ମଧ୍ୟପ୍ରଦେଶରେ ଯଦି ନାବାଳିକା କିମ୍ବା ଅନୁସୂଚିତ ଜାତି ଜନଜାତିର ଜଣେ ମହିଳାଙ୍କ ସହ ଏପରି ଅପରାଧ ହୁଏ ତେବେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ 50,000 ଟଙ୍କା ଜରିମାନା ହେବାର ବ୍ୟବସ୍ଥା ରହିଛି। ମଧ୍ୟପ୍ରଦେଶରେ ଯେଉଁମାନେ ସାମୁହିକ ଭାବରେ ଧର୍ମ ପରିବର୍ତ୍ତନ କରନ୍ତି ସେମାନେ ମଧ୍ୟ 10 ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ଏବଂ 1 ଲକ୍ଷ ଟଙ୍କା ଜରିମାନା ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details