ବେଙ୍ଗାଲୁରୁ:ରାଜ୍ୟ ବିଧାନସଭା ନିର୍ବାଚନରେ ଐତିହାସିକ ବହୁମତ ପାଇବା ପରେ ମଧ୍ୟ ଖୁସି ନାହାନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେବା ସହ ସେ 2024 ସାଧାରଣ ନିର୍ବାଚନକୁ ପରବର୍ତ୍ତୀ ଟାର୍ଗେଟ ଭାବେ ଦେଖୁଛନ୍ତି ବୋଲି କହିଛନ୍ତି । ଶପଥ ଗ୍ରହଣ କରିବାର ମାତ୍ର ଗୋଟଏ ଦିନ ପରେ ଶିବକୁମାର ସିଦ୍ଧା 2024 ଲୋକସଭା ନିର୍ବାଚନରୁ ଇଙ୍ଗିତ କରିଛନ୍ତି ।
ଏହା ବି ପଢ଼ନ୍ତୁ ସ୍ବାଗତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ
ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 32ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ଯମନ୍ତ୍ରୀ ଶିବକୁମାର ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଉଭୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ । ସମ୍ବୋଧନରେ ଶିବକୁମାର କହିଥିଲେ,‘‘ଆମେ ରାଜ୍ୟରେ ବିଧାନସଭା ନିର୍ବାଚନରେ 135 ଆସନ ଜିତିଲୁ । ହେଲେ ଏହି ଫଳାଫଳରେ ଆମେ ଖୁସି ନୁହଁ । ଏହି ସଫଳତା ପାଇଁ ମୋ ଘର କିମ୍ବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘରକୁ ଆସନ୍ତୁ ନାହିଁ । ଆମର ପରବର୍ତ୍ତୀ ଟାର୍ଗେଟ ଲୋକସଭା ନିର୍ବାଚନ । ଆମେ ସେଥିରେ ଭଲ ପ୍ରଦର୍ଶନ କରିବୁ ।’’