ଓଡିଶା

odisha

By

Published : Jun 20, 2021, 10:32 AM IST

ETV Bharat / bharat

ଫଟା ଜୋତା ପିନ୍ଧିବୁ ପଛେ ନିଜ ଗୋଡରେ ଛିଡା ହେବୁ: ଉଦ୍ଧବ ଠାକରେ

କିଛି ଦିନ ହେବ କଂଗ୍ରେସ ଓ ଶିବସେନା ଦଳ ମଧ୍ୟରେ ବାକ ଯୁଦ୍ଧ ଲାଗିରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆତ୍ମ ନିର୍ଭରଶୀଳତାର ସ୍ଲୋଗାନ ଦେବାପରେ ଏହି ଯୁଦ୍ଧ ବର୍ତ୍ତମାନ ଏକ ନୂଆ ମୋଡ ନେଇଛି । ଅଧିକ ପଢନ୍ତୁ...

ଉଦ୍ଦବ ଠାକରେ
ଉଦ୍ଦବ ଠାକରେ

ମୁମ୍ବାଇ: କିଛି ଦିନ ହେବ କଂଗ୍ରେସ ଓ ଶିବସେନା ମଧ୍ୟରେ ବାକଯୁଦ୍ଧ ଲାଗିରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆତ୍ମ ନିର୍ଭରଶୀଳତାର ସ୍ଲୋଗାନ ଦେବାପରେ ଏହି ଯୁଦ୍ଧ ବର୍ତ୍ତମାନ ଏକ ନୂଆ ମୋଡ ନେଇଛି । କଂଗ୍ରେସ ନାଁ ନ ନେଇ ଉଦ୍ଧବ ଠାକରେ କହିଛନ୍ତି, ମହାମାରୀ ସମୟରେ ରାଜନୈତିକ ପଦକ୍ଷେପ ଲୋକମାନଙ୍କ ଦ୍ବାରା ଅନୁମୋଦିତ ହେବ ନାହିଁ ।

ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଏକାକୀ ଲଢିବା ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଇ ଉଦ୍ଧବ ଠାକରେ କହିଛନ୍ତି, ଆମେ କାହା ପାଲିଙ୍କି ଉଠାଇବୁନାହିଁ । ଆମେ ଚିରା ଜୋତା ପିନ୍ଧିବୁ ପଛେ ନିଜ ଗୋଡରେ ଛିଡା ହେବୁ ବୋଲି ଶିବସେନାଙ୍କ କ୍ଷମତାର ବାର୍ଷିକୀ କାର୍ଯ୍ୟକ୍ରମରେ ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ ଆହୁରି କହିଛନ୍ତି ଶିବସେନା କେବଳ ନ୍ୟାୟ ପାଇବା ପାଇଁ ଜନ୍ମ ବୋଲି କହିଛନ୍ତି ଠାକରେ ।

ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ ଏକାକୀ ନିର୍ବାଚନରେ ଲଢିବା ପାଇଁ ସର୍ବସାଧାରଣରେ ଘୋଷଣା କରିବା ପରେ ଠାକରେ ଏହି ମନ୍ତବ୍ୟ ଦେଇଛନ୍ତି । ପାଟୋଲ ଆହୁରି କହିଛନ୍ତି ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିବାକୁ ଇଚ୍ଛୁକ ଅଛନ୍ତି । ଶିବସେନା ଦଳ ଭିନ୍ନ କଂଗ୍ରେସ ଦଳ ଏବଂ ଜାତୀୟତାବଦୀ କଂଗ୍ରେସ ଦଳ ମହାରାଷ୍ଟ୍ର ସରକାରଙ୍କ ସହଭାଗୀ ଅଟେ । ଯାହା 2019 ମତଦାନ ପରେ ଗଠିତ ହୋଇଥିଲା । ରାଜ୍ୟରେ 2024ରେ ପରବର୍ତ୍ତୀ ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details