ଓଡିଶା

odisha

ETV Bharat / bharat

ବିଧାୟକ ପଦ ରଦ୍ଦ ମାମଲା: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଉଦ୍ଧବ ଗୋଷ୍ଠୀ - Rahul Narwekar

Shiv Sena to challenge Speaker's order in Supreme Court: ବାଚସ୍ପତିଙ୍କ ରାୟକୁ ଗଣତନ୍ତ୍ରର ହତ୍ୟା କହିଲା ଉଦ୍ଧବ ଗୋଷ୍ଠୀ । ବିରୋଧରେ ସୁପ୍ରିମକୋର୍ଟ ଯିବା ନେଇ ଘୋଷଣା । ଅଧିକ ପଢନ୍ତୁ

ବିଧାୟକ ପଦ୍ଦ ରଦ୍ଦ ମାମଲା: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଉଦ୍ଧବ ଗୋଷ୍ଠୀ
ବିଧାୟକ ପଦ୍ଦ ରଦ୍ଦ ମାମଲା: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଉଦ୍ଧବ ଗୋଷ୍ଠୀ

By ETV Bharat Odisha Team

Published : Jan 10, 2024, 9:43 PM IST

ମୁମ୍ବାଇ: ଆଜି ବହୁଚର୍ଚ୍ଚିତ ଶିବସେନା ବିଦ୍ରୋହ ଓ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ପଦ ରଦ୍ଦ ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ସିନ୍ଦେ ଗୋଷ୍ଠୀ ସପକ୍ଷରେ ରାୟ ଦେଇଛନ୍ତି । ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ବାଚସ୍ପତି ରାୟରେ ସ୍ପଷ୍ଟ କରିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ପୁଣି ଥରେ ଉଷ୍ମ ହୋଇଛି । ନିରାଶ ହୋଇଥିବା ଉଦ୍ଧବ ଗୋଷ୍ଠୀ ଏହାକୁ ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ବୋଲି କହିଛି । ଅନ୍ୟପଟେ ଏହାକୁ ନେଇ ସିନ୍ଦେ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ସେଲିବ୍ରେସନ କରିଛି । ଉଦ୍ଧବ ଗୋଷ୍ଠୀର ନେତାମାନେ ବାଚସ୍ପତି ରାହୁଲଙ୍କର ଫଟୋ ଥିବା ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ବାଚସ୍ପିତଙ୍କ ଏହି ରାୟ ଅସମ୍ବିଧାନିକ ଓ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରିବା ପାଇଁ ଉଦ୍ଧବ ଗୋଷ୍ଠୀ ନିଷ୍ପତ୍ତି ନେଇଛି । ଏନେଇ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।

ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ବିରୋଧରେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ତାଙ୍କ ଗୋଷ୍ଠୀ ଲୋକଙ୍କ ସହ ଅଛି । ଏହି ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ନିକଟକୁ ଯିବେ । ରାଜ୍ୟବାସୀଙ୍କ ସହଯୋଗରେ ସେମାନେ ଆଇନଗତ ଲଢେଇ ଲଢିବେ ବୋଲି ଉଦ୍ଧବ କହିଛନ୍ତି । ଉଦ୍ଧବଙ୍କ ପୁଅ ତଥା ତତ୍କାଳୀନ କ୍ୟାବିନେଟରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ଏହି ନିଷ୍ପତ୍ତିକୁ ସିଧା ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ବୋଲି କହିଛନ୍ତି । ସେମାନେ ଗଣତନ୍ତ୍ରକୁ ହତ୍ୟା କରିବାକୁ ପ୍ରୟାସ କରୁଛନ୍ତି । ସମ୍ବିଧାନକୁ ଆଉ ଥରେ ଲେଖିବାକୁ ପ୍ରୟାସ କରୁଛନ୍ତି । ବାବାସାହେବ ଆମ୍ବେଦକରଙ୍କ ଦ୍ବାରା ପ୍ରଦତ୍ତ ସମ୍ବିଧାନକୁ ରକ୍ଷା କରିବାକୁ ଉଦ୍ଧବ ଗୋଷ୍ଠୀ ଲଢେଇ ଜାରି ରଖିବ ବୋଲି ଆଦିତ୍ୟ ଠାକରେ ଟ୍ବିଟ୍‌ କରିଛନ୍ତି ।

ସେହିପରି ମହାବିକାଶ ଅଗାଡିରେ ସହଯୋଗୀ ଦଳ ଥିବା ଏନସିପି ପ୍ରତିଷ୍ଠାତା ମୁଖ୍ୟ ତଥା ବରିଷ୍ଠ ରାଜନେତା ଶରଦ ପାଓ୍ବାର ମଧ୍ୟ ଏହାକୁ ଉଚିତ ବୋଲି ଗ୍ରହଣ କରିନାହାନ୍ତି । ଉଦ୍ଧବ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଏହାକୁି ଚ୍ୟାଲେଞ୍ଜ କରିବ ବୋଲି ଶରଦ କହିଛନ୍ତି । କିଛି ସ୍ଥାନରେ ଉଦ୍ଧବ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇ ପ୍ରତିବାଦ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ସିନ୍ଦେ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଓ କର୍ମୀ ଏହାକୁ ସ୍ବାଗତ କରିବା ସହ ସେଲିବ୍ରେସନ କରିଛନ୍ତି ।

କ’ଣ ଥିଲା ଘଟଣା:-

2019 ରେ ଶିବସେନା (ଅବିଭାଜିତ) କଂଗ୍ରେସ ଓ ଏନସିପି ମିଳିତ ଭାବେ ‘ମହାବିକାଶ ଅଗାଡି’ ନାମରେ ତ୍ରିକୋଣୀୟ ମେଣ୍ଟ ସରକାର ଗଠନ କରିଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିଲେ । 2022 ରେ ଶିବସେନାରେ ବିଧାୟକ ଥିବା ଏକନାଥ ସିନ୍ଦେଙ୍କ ନେତୃତ୍ବରେ 16 ବିଧାୟକ ବିଦ୍ରୋହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ପରବର୍ତ୍ତୀ ସମୟରେ ସଂଖ୍ୟା ଅଭାବରୁ ଉଦ୍ଧାର ସରକାରର ପତନ ହୋଇଥିଲା । ଗୃହରେ ସଂଖ୍ୟା ବହୁମତ ପ୍ରମାଣ ଦେବା ପୂର୍ବରୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ବିଜେପି ସହ ମିଶି ସିନ୍ଦେ ଗଢିଲେ ସରକାର :-

ତେବେ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ବିଜେପି ସହ ମିଶି ସରକାର ମଧ୍ୟ ଗଠନ କଲା । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ । ଏହାକୁ ନିର୍ବାଚନ କମିଶନଙ୍କ ନିକଟରେ ଚ୍ଯାଲେଞ୍ଜ କରିଥିଲେ ଶିବସେନାର ତତ୍କାଳୀନ ମୁଖ୍ୟ ଉଦ୍ଧବ ଠାକରେ । ସିନ୍ଦେଙ୍କ ନେତୃ୍ତ୍ବାଧୀନ ଗୋଷ୍ଠୀର 16 ବିଧାୟକଙ୍କୁ ‘ଦଳ ବଦଳ ନିରୋଧ ଆଇନ’ ଅନୁସାରେ, ଅଯୋଗ୍ୟ ଘୋଷଣା କରିବାକୁ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଦୀର୍ଘ ବିଚାର ବିମର୍ଶ ପରେ ନିର୍ବାଚନ କମିଶନ ସିନ୍ଦେଙ୍କ ଗୋଷ୍ଠୀକୁ ମୁଖ୍ୟ ଶିବସେନା ଦଳ ଭାବେ ମାନ୍ଯତା ଦେବା ସହ ନିର୍ବାଚନୀ ସଙ୍କେତ ‘ଧନୁ-ତୀର’ ପ୍ରଦାନ କରିଥିଲେ । ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ଭାବେ ନାମିତ କରିବା ସହ ‘ମଶାଲ’ ଚିହ୍ନ ପ୍ରଦାନ କରାଯାଇଥିଲା । ଯାହାକୁ ଉଦ୍ଧବ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା, ୧୬ ବିଧାୟକଙ୍କ ପଦ ବୈଧ: ମହାରାଷ୍ଟ୍ର ବାଚସ୍ପତି

ସୁପ୍ରିମକୋର୍ଟ ଏହି ମାମଲାରେ ବାଚସ୍ପତିଙ୍କ ଉପରେ ନିଷ୍ପତ୍ତି ନ୍ଯସ୍ତ କରିଥିଲେ । ଆଜି ଏହି ବହୁଚର୍ଚ୍ଚିତ ମାମଲାରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି ବାଚସ୍ପତି ରାହୁଲ ନରଓ୍ବେକର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ୧୬ ଜଣ ବିଧାୟକଙ୍କ ପଦକୁ ବୈଧ ଘୋଷଣା କରିଛନ୍ତି ବାଚସ୍ପତି । ଏହାସହ ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ବାଚସ୍ପତି କହିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ପୁଣି ମହାରାଷ୍ଟ୍ର ରାଜନୀତିରେ ତାତିରେ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details